ବାସ୍ତୁ ଶାସ୍ତ୍ର: ଏହି ଜିନିଷଗୁଡ଼ିକୁ କଦାପି ଘରେ ଏଣେତେଣେ ରଖନ୍ତୁ ନାହିଁ, ବଢ଼ିଥାଏ ରୋଗ ଓ କଳହ

ଆଜିକାଲି ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାର ବୈଦ୍ୟୁତିକ ଉପକରଣ ଭରି ହୋଇ ଅଛି। ଲାପ୍‌ଟପ, ମୋବାଇଲ୍‌ ଫୋନ୍‌ଠୁ ଆରମ୍ଭ କରି କମ୍ପ୍ୟୁଟର, ଫ୍ରିଜ୍‌, ଟିଭି, ରେଡିଓ, ଟେଲିଫୋନ୍‌ ଭଳି ଉପକରଣ ଅତି ସାଧାରଣ ହୋଇଗଲାଣି। ଏ ସବୁ ଉପକରଣର ପ୍ରୟୋଗ ସୁବିଧା ତ ବଢ଼ାଇଥାଏ, କିନ୍ତୁ ଆବଶ୍ୟକଠାରୁ ଅଧିକ ସଂଖ୍ୟାରେ ଏଗୁଡ଼ିକ ଘରେ ରହିବା ଏବଂ ଯଥା ସ୍ଥାନରେ ନ ରହିବା ଦ୍ୱାରା ସବୁବେଳେ କଳହ ଲାଗି ରହିଥାଏ। ଆଜି ଆମେ ଆପଣଙ୍କୁ ଏ ସମ୍ବନ୍ଧରେ କିଛି ବାସ୍ତୁ କଥା କହିବାକୁ ଯାଉଛୁ।

ଚେଷ୍ଟା କରନ୍ତୁ କି, ଘରେ ପୁରୁଣା ମୋବାଇଲ୍‌ ଫୋନ୍‌, ଚାର୍ଜର, କେବୁଲ ଏବଂ ଅନ୍ୟ ଅନୁପଯୋଗୀ ଉପକରଣ ଏକାଠି ନ ରଖିବା ପାଇଁ। କାରଣ, ଏଥିରୁ ନକାରାତ୍ମକ ଶକ୍ତି ବାହାରିଥାଏ। ଏହାଦ୍ୱାରା ପରିବାର ଲୋକେ ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଆନ୍ତି। ତେଣୁ ଘରେ ଆବଶ୍ୟକ ଜିନିଷ ହିଁ ରଖନ୍ତୁ। ଉଚିତ ଜାଗାରେ ପୂରା ବ୍ୟବସ୍ଥା ସହିତ ରଖନ୍ତୁ। ଯଦି ପାରିବେ, ଜିନିଷଗୁଡ଼ିକୁ କଭର୍‌ରେ ଢ଼ାଙ୍କି ରଖନ୍ତୁ।

ସେହିପରି ଘରେ ଔଷଧଗୁଡ଼ିକୁ ଖୋଲା ରଖନ୍ତୁ ନାହିଁ। ସବୁକୁ ଏକାଠି କରି ଥାକରେ ବ୍ୟବସ୍ଥିତ ଢଙ୍ଗରେ ରଖନ୍ତୁ, ଯେପରି ଗୁରୁତ୍ୱପୂର୍ଣ୍ଣ କାଗଜଗୁଡ଼ିକୁ ଫାଇଲିଂ କରି ରଖାଯାଇଥାଏ। ଖୋଲା କିମ୍ବା ଟେବୁଲ ଉପରେ ରଖାଯାଇଥିବା ଔଷଧଗୁଡ଼ିକ ରୋଗ ଦୂର କରିବା ବଦଳରେ ରୋଗକୁ ଅଧିକ ବଢ଼ାଇ ଦେଇଥାଏ। ଗୋଟିଏ ରୋଗ ଦୂର ହେଲେ, ଆଉ ଗୋଟିଏ ରୋଗ ମାଡ଼ି ଆସିଥାଏ। ତେଣୁ ଯେତିକି ଆବଶ୍ୟକ, ସେତିକି ଔଷଧ କିଣନ୍ତୁ। ଅନାବଶ୍ୟକ ଷ୍ଟୋର୍‌ କରିବାର ଅଭ୍ୟାସ ଛାଡ଼ନ୍ତୁ।ଔଷଧ ରାସାୟନିକ ହୋଇଥାଏ। ରାହୁ-କେତୁ ରାସାୟନର ପ୍ରତିନିଧି ହୋଇଥାଆନ୍ତି। ରାସାୟନିକ ପଦାର୍ଥ ଏବଂ ଔଷଧକୁ ଖୋଲାରେ ରଖିଲେ ରାହୁ-କେତୁଙ୍କ ପ୍ରଭାବ ବଢ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.