Below header

ପାଟଣାରେ ବିରୋଧୀଙ୍କ ମହା ଶିବିର, ମହାମେଣ୍ଟ ପାଇଁ ପଡ଼ିଲା ମୂଳଦୂଆ

ପାଟଣାରେ ବିରୋଧୀଙ୍କ ମହା ଶିବିର । ମହାମେଣ୍ଟ ପାଇଁ ପଡ଼ିଲା ମୂଳଦୂଆ । ମେଣ୍ଟ ନେଇ ସବୁ ବିରୋଧୀ ସହମତି । ୨୦୨୪ ସାଧାରଣ ନିର୍ବାଚନରେ ଏକାଠି ଲଢିିବେ ବିରୋଧୀ ।

ପାଟଣାରେ ବିରୋଧୀଙ୍କ ମହା ଶିବିର । ମହାମେଣ୍ଟ ପାଇଁ ପଡ଼ିଲା ମୂଳଦୂଆ । ମେଣ୍ଟ ନେଇ ସବୁ ବିରୋଧୀ ସହମତି । ୨୦୨୪ ସାଧାରଣ ନିର୍ବାଚନରେ ଏକାଠି ଲଢିିବେ ବିରୋଧୀ । ପାଟନାରେ ୧୭ ବିରୋଧୀ ଦଳର ମହାମେଳିରେ ସହମତି ପ୍ରକାଶ ପାଇଛି । ସିଙ୍ଗଲ ପ୍ଲାଟଫର୍ମରେ ଏକାଠି ହୋଇଥିଲେ କଂଗ୍ରେସ ସମେତ ଅଣ ବିଜେପି ଦଳ ।

ଏଥିରେ ମୋଦିଙ୍କୁ ଚେକ୍‌ମେଟ ଦେବାକୁ ପ୍ରସ୍ତୁତ ହେଇଛି ମହାରଣନୀତି । ବିରୋଧୀ ଏକତାର ପରବର୍ତ୍ତି ବୈଠକ ଜୁଲାଇ ୧୨ ତାରିଖରେ ହିମାଚଳ ପ୍ରଦେଶର ଶିମଲାରେ ହେବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଧ୍ୟକ୍ଷତା କରିବେ । ଏଥିରେ ମିଳିତ ଏଜେଣ୍ଡା ପ୍ରସ୍ତୁତ ହେବ ।

ଆଜିର ବିରୋଧୀଙ୍କ ମହା ବୈଠକ ପରେ ପ୍ରେସ କନଫେରେନ୍ସରେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏ ବିରୋଧରେ ବିରୋଧୀ ଦଳ ଏକାଠି ଲଢିବାକୁ ସହମତି ପ୍ରକାଶ ପାଇଥିବାର ସୂଚନା ଦେଇଛନ୍ତି । ଏହି ଅବସରରେ କଂଗ୍ରେସ ନେତା ରାହୁଳ ଗାନ୍ଧି ବିଜେପି ଓ ଆରଏସଏସ ଉପରେ ବର୍ଷିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.