କୂଅରେ ପଡିଗଲା ୧୮ ମାସର ଶିଶୁ କନ୍ୟା, ଅଧ ଘଣ୍ଟା ପରେ ଉଦ୍ଧାର

ରଖେ ହରି ମାରେ କିଏ। ଜଣେ ୧୮ ମାସର ଶିଶୁ କନ୍ୟା କୂଅରେ ପଡିଗଲା। ଅଧଘଣ୍ଟା ଭିତରେ ତାକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ରଣ୍ଡାପଂଚାୟତର ପଦ୍ମପୁର ଗାଁରେ ଘଟିଛି ଏଭଳି ଘଟଣା। ଆଜି ଅସାବଧାନତା ଯୋଗୁଁ ଅଦ୍ୟାସା ନାମକ ଶିଶୁ କନ୍ୟା ଖୋଲ କୂଅ ଭିତରେ ଖସି ପଡ଼ିଥିଲା।

ସ୍ଥାନୀୟ ଲୋକ ଏହା ଜାଣିବା ପରେ, ତୁରନ୍ତ ପୁଇଁତଳା ପୋଲିସକୁ ଖବର ଦେଇଥିଲେ। ପରେ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ। ବଲାଙ୍ଗିର ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ନିୟୋଜିତ ହୋଇଥିଲେ। ପ୍ରାୟ ଅଧ ଘଣ୍ଟାର ଉଦ୍ୟମ ପରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ଶିଶୁ କନ୍ୟାକୁ ସୁରକ୍ଷିତ ପାଇ ବେଶ ଖୁସି ପ୍ରକାଶ କରିଛନ୍ତି ପରିବାର ଲୋକ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.