ଆଜି ଆପଣଙ୍କ ରାଶି କ’ଣ କହୁଛି, ଜାଣନ୍ତୁ ଭାଗ୍ୟଫଳ

କମ୍‌ ପରିଶ୍ରମରେ ଅଧିକ ଲାଭ ମିଳିପାରେ। ଗାଡ଼ି ଚଲାଇବା ବେଳେ ଟିକେ ସାବଧାନ ରୁହନ୍ତୁ। ଆଜି ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ। ଭାବିଥିବା କାମ ପୂରା ହେବ। ଆଖପାଖ ଲୋକଙ୍କଠାରୁ ସହଯୋଗ ମିଳିବ। ମା’, ବାପାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ମନୋବଳ ବୃଦ୍ଧି ପାଇବ।

ମେଷ: କମ୍‌ ପରିଶ୍ରମରେ ଅଧିକ ଲାଭ ମିଳିପାରେ। ଗାଡ଼ି ଚଲାଇବା ବେଳେ ଟିକେ ସାବଧାନ ରୁହନ୍ତୁ। ଆଜି ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ।

ବୃଷ: ଆଜି ଭାବିଥିବା କାମ ପୂରା ହେବ। ଆଖପାଖ ଲୋକଙ୍କଠାରୁ ସହଯୋଗ ମିଳିବ। ମା’, ବାପାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ମନୋବଳ ବୃଦ୍ଧି ପାଇବ।

ମିଥୁନ: ଆଜି ଅଫିସ୍‌ରେ ଅଧିକ କାମ ହେତୁ ଘରେ ଡେରିରେ ପହଞ୍ଚିବେ। ସାଙ୍ଗମାନଙ୍କ ସହିତ ବାହାରକୁ ଯିବାକୁ ଯୋଜନା କରିବେ।

କର୍କଟ: ନିଜ ଦାୟିତ୍ୱକୁ ଆଜି ସଫଳତାର ସହ ତୁଲାଇବେ। ବ୍ୟବସାୟ ପାଇଁ ଧନଲାଭର ଯୋଗ ରହିଛି। ଆପଣ ଘର ପାଇଁ ନୂଆ ଜିନିଷ କିଣିବେ।

ସିଂହ: ଆଜି ଭାଗ୍ୟ ସମର୍ଥନ କରିବ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଯୋଜନା ଫଳପ୍ରଦ ହେବ। ଘରର ମାହୋଲ ବହୁତ ଭଲ ରହିବ।

କନ୍ୟା: କ୍ୟାରିୟରରେ ସଫଳତା ମିଳିବ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପରିବାରର ସୁଖ, ସୌଭାଗ୍ୟ ବଢ଼ିବ। ଆଜି ଆଳସ୍ୟ ଅନୁଭବ କରିବେ।

ତୁଳା: ଆଜି କିଛି ନୂଆ କଥା ଶିଖିବାକୁ ମିଳିବ। ସାହିତ୍ୟକମାନଙ୍କୁ ଖୁସି ଖବର ମିଳିପାରେ। ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ।

ବିଛା: ଆଜି ସମାଜରେ ଆପଣଙ୍କୁ ଲୋକେ ପ୍ରଶଂସା କରିବେ। କୋର୍ଟ, କଚେରୀ ମାମଲାରେ ବିଜୟ ହାସଲ କରିବେ। ବ୍ୟବସାୟରେ ଲାଭବାନ ହେବେ।

ଧନୁ: ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ। କାର୍ଯ୍ୟକ୍ଷେତ୍ର ବରିଷ୍ଠଙ୍କ ସହଯୋଗ ମିଳିବ। ଆର୍ଥିକ ଲାଭ ମିଳିବ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ।

ମକର: ପୁରୁଣା କଥାକୁ ଧରି ବସନ୍ତୁ ନାହିଁ। ଛୋଟ ଛୋଟ କଥାରେ ରାଗିବା ଦ୍ୱାରା ଲୋକେ ବିରୋଧ କରିପାରନ୍ତି। ମା’, ବାପାଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ।

କୁମ୍ଭ: ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଫୁଟି ଉଠିବ। ଘରକୁ ଅତିଥି ଆସିପାରନ୍ତି, ଯଦ୍ଦ୍ଵାରା ଘରର ପରିବେଶ ସୁଖମୟ ହେବ। ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

ମୀନ: ଆଜି ଆପଣଙ୍କ ଦିନ ଖୁସିରେ ଭରିଯିବ। ଶୈକ୍ଷିକ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ। ରାଜନୀତି ସହ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.