ବାବୁଙ୍କ ଘର ନା ଟଙ୍କା ଗୋଦାମ ! ଜବତ ହେଲାଣି ୩ କୋଟି ୨ ଲକ୍ଷରୁ ଅଧିକ ଟଙ୍କା

ପ୍ରଶାନ୍ତ ରାଉତଙ୍କ ପୁଳା ପୁଳା ଟଙ୍କା ଦେଖି ଭିଜିଲାନ୍ସ ତାଜୁବ। ଅତିରିକ୍ତ ଉପଜିଲ୍ଲାପାଳଙ୍କ ଅଚଳାଚଳ ସଂପତ୍ତି। ଯେତେ ଖୋଜିଲେ ସେତେ ବାହାରୁଛି। ଟଙ୍କା ଗଣିଗଣି ହାଲିଆ ହେବା ପରେ ମେସିନରେ ହେଲା ଟଙ୍କା ଗଣା। ଭିଜିଲାନ୍‌ସ ରେଡ୍‌ରେ ଜବତ ହେଲା ୩କୋଟି ୨ଲକ୍ଷରୁ ଅଧିକ ଟଙ୍କା।

ଭୁବନେଶ୍ୱର (କେନ୍ୟୁଜ): ପ୍ରଶାନ୍ତ ରାଉତଙ୍କ ପୁଳା ପୁଳା ଟଙ୍କା। ଅତିରିକ୍ତ ଉପଜିଲ୍ଲାପାଳଙ୍କ ଅଚଳାଚଳ ସଂପତ୍ତି। ଯେତେ ଖୋଜିଲେ ସେତେ ବାହାରୁଛି। ଟଙ୍କା ଗଣିଗଣି ହାଲିଆ ହେବା ପରେ ମେସିନରେ ହେଲା ଟଙ୍କା ଗଣା। ଭିଜିଲାନ୍ସ ରେଡ୍‌ରେ ଜବତ ହେଲା ୩କୋଟି ୨ଲକ୍ଷରୁ ଅଧିକ ଟଙ୍କା। ଏତେ ପରିମାଣର ନଗଦ ଟଙ୍କା ଦେଖି ଭିଜିଲାନ୍ସବି ତାଜୁବ। ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ଓ ଅଫିସ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢଉ କରିଛି ଭିଜିଲାନ୍‌ସ। ଟଙ୍କା ସହ ଜବତ ହୋଇଛି ସୁନା ଅଳଙ୍କାର ଓ ସୁନା ବିସ୍କୁଟ।

ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଦ୍ୱିତୀୟ ସର୍ବବୃହତ ଟଙ୍କା ଜବତ ଘଟଣା ବୋଲି ଜଣାପଡ଼ିଛି। ଭୁବନେଶ୍ୱର କାନନବିହାରରେ ପ୍ରଶାନ୍ତ କୁମାର ରାଉତଙ୍କ ରହିଛି ଦୁଇ ମହଲା କୋଠା। ସେଠାରୁ ୬ପେଟି ଟଙ୍କା ଜବତ ହୋଇଛି। ସବୁ ପେଟିରେ ଥିଲା କେବଳ ୫ଶହ ଟଙ୍କିଆ ବଣ୍ଡଲ। ଏହା ସହ କେତେକ ସୁନା ବିସ୍କୁଟ ବି ଜବତ ହୋଇଛି। ଭିଜିଲାନ୍ସ ଚଢଉ ବେଳେ ଘରେ ଥିବା ୬ଟି ଟଙ୍କା ପେଟି ଓ ବ୍ରିଫକେସ୍‌କୁ ପଡ଼ୋଶୀଙ୍କ ଛାତକୁ ଫିଙ୍ଗି ଦେଇଥିଲେ ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅ। ଏହାକୁ ଜବତ କରିଛି ଭିଜିଲାନ୍ସ ଟିମ୍‌। ପେଟିରୁ ନଗଦ ୨ କୋଟି ୨୫ ଲକ୍ଷ ଟଙ୍କା ଜବତ ହୋଇଛି। ସେହିପରି ନବରଙ୍ଗପୁର ଡିଆରଡିଏ କଲୋନୀରେ ଥିବା ସରକାରୀ ବାସଭବନରୁ ଜବତ ହୋଇଥିଲା ନଗଦ ୭୭ ଲକ୍ଷ ଟଙ୍କା। ତାଲା ଭାଙ୍ଗି ଭିଜିଲାନ୍ସ ଅଧିକାରୀ ଘରେ ପଶିବା ପରେ ପେଟିରୁ ୫ ଶହ ଟଙ୍କିଆ ନୋଟ୍‌ ବିଡ଼ା ମିଳିଛି। ପରେ ଘର ଆଲ୍‌ମିରାରୁ ଜବତ ହୋଇଛି ଆଉ ସାଢେ ୧୨ଲକ୍ଷ ଟଙ୍କା। ଭଦ୍ରକ ବହୁଦରଡ଼ାରେ ଥିବା ପୈତୃକ ଘରେ ବି ଚାଲିଛି ଚଢଉ।

Leave A Reply

Your email address will not be published.