Below header

କ୍ୟାବିନେଟ୍‌ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ସରକାର ଓ ବିରୋଧୀ

ଭୁବନେଶ୍ବର(କେନ୍ଯୁଜ୍) :ମହାନଗର ନିଗମ ମେୟର, ପୌରାଧ୍ୟକ୍ଷ, ଏନଏସି ଅଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ନେଇ କ୍ୟାବିନେଟ୍‌ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ସରକାର ଓ ବିରୋଧୀ । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ପୂର୍ବରୁ ଏହି ନିୟମ ଥିଲା । ଏବେ ପୁଣି ଥରେ ଏହି ନିୟମ ଆସିବ । ଏଥିରେ କୌଣସି ଫରକ ନାହିଁ । ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଠିକ୍‌ ସମୟରେ ନିଷ୍ପତ୍ତି ହେବ । ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ପ୍ରତ୍ୟକ୍ଷ ନିର୍ବାଚନ ସଂପର୍କରେ ନିଷ୍ପତ୍ତି ହୋଇଛି । କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାର ମହାନଗର ନିଗମ ମେୟର, ପୌରାଧ୍ୟକ୍ଷ, ଏନଏସି ଅଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ । ଉପାଧ୍ୟକ୍ଷ, ଡେପୁଟି ମେୟର ବି ସିଧାସଳଖ ନିର୍ବାଚନ ଲଢ଼ିବେ।

ଅନ୍ୟପଟେ ୬୦ ଟି ପୌର ପାଳିକା କାର୍ଯ୍ୟକାଳ ସେପ୍ଟେମ୍ବରରେ ଶେଷ ହେଉଛି। ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ରହିଲେ ବେଆଇନ ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଛନ୍ତି ରାଜ୍ୟ ସରକାର । ତେଣୁ ମାମଲା ବିଚାରଧୀନ ଥିବାରୁ ଏବେ ନିର୍ବାଚନ ହେବ ନାହିଁ। ତେଣୁ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ବାଚନ ପର୍ଯ୍ୟନ୍ତ ଦାଇତ୍ୱ ହସ୍ତାନ୍ତର ନେଇ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ହୋଇଥିବା ଜଣା ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.