ବଢ଼ୁଥିବା ପେଟ୍ରୋଲ ଏବଂ ହ୍ରାସ ପାଉଥିବା ଟଙ୍କାର ମୂଲ୍ଯ ମଧ୍ୟରେ ଏପରି କରନ୍ତୁ ସଞ୍ଚୟ

ସଞ୍ଚୟ ଏବଂ ନିବେଶ ଜରୀଆରେ ଧନୀ ହେବା ପାଇଁ ଅନୁଶାସନ ପୂର୍ଣ୍ଣ ଭାବେ ଆପଣଙ୍କ ଅର୍ଥ ବ୍ଯବସ୍ଥାକୁ ନିୟନ୍ତ୍ରଣରେ ଆଣାଯିବ ଆବଶ୍ଯକ। ଏଥିପାଇଁ ମୁଦ୍ରାସ୍ପିତି ଏବଂ ଆର୍ଥକ ଫେରସ୍ତର ସମସ୍ତ ବ୍ଯବସ୍ଥା ବିଷୟରେ ଜ୍ଞାନ ଥିବା ଦରକାର। ଆପଣଙ୍କ ମାସିକ ଆମଦାନୀ ଯେତେ ହେଉନା କାହିଁକି କିନ୍ତୁ ତାହାର ଏକ ଖାସ ଅଂଶ କମ ସେ କମ ୨୦ ପ୍ରତିଶତ ସଞ୍ଚୟ କରିପାରିବେ ଚେଷ୍ଟା କରନ୍ତୁ।

କୌଣସି ଆବଶ୍ଯକ ମୂହୂର୍ତ୍ତର ଖର୍ଚ୍ଚ ପାଇଁ ଆପଣ ଆପରଙ୍କ ୬ମାସ ରୋଜଗାର କିଛି ଅଂଶକୁ ନଗଦ ହିସାବରେ ରଖିପାରିବେ। କୌଣସି ସଙ୍କଟ ମୂହୂର୍ତ୍ତର ସୁରକ୍ଷା ପାଇଁ ଉପଯୁକ୍ତ ଅବଧି ବିମା ଏବଂ ସ୍ବାସ୍ଥ୍ଯା ବିମା ପଲିସି କିଣନ୍ତୁ। ଦୀର୍ଘକାଳୀନ ଏବଂ ଆପତିକାଳୀନ ଅର୍ଥ ପାଇଁ ପ୍ରାଥମିକ ସ୍ତରରେ ସଞ୍ଚୟ ଆରାମ୍ଭ କରନ୍ତୁ। ଯେତେ ଶୀଘ୍ର ହେବ ସେଭିଂ ପାଇଁ ସଞ୍ଚୟ ଆରମ୍ଭ କରାଯାଇଛି।

Saving-money

ଲମ୍ବା ସମୟ ପାଇଁ ନିୟମିତ ନିବେଶ କରିବା ଦ୍ବାରା ବ୍ଯକ୍ତି ତାଙ୍କର ନେଟ ୱେର୍ଥକୁ ବଢ଼ାଇ ପାରିବ। ଏହାର ଦୁଇଟି ଲାଭ ରହିଥାଏ ପ୍ରଥମତଃ ଚକ୍ରବୃଦ୍ଧି ସୁଧ ରହିବ ତାହା ସହ ଗୋଟିଏ ଏଭେରେଜ୍ କଷ୍ଟ ରହିବ। ନିବେଶ ପାଇଁ ବିବିଧ ପ୍ରୋଟଫୋଲିଓ ହେବା ଦରକାର ଯେଉଁଥିରେ ସବୁ ପ୍ରକାରର ନିବେଶ ବିକଳ୍ପ ଯେପରିକି- ଇକ୍ବିଟି, ଡ଼େଟା, ସୁନା ଏବଂ ରିଏଲି ଷ୍ଟେଟ୍ ଭଳି ପର୍ଯ୍ଯପ୍ତ ଭାବେ ଆବଣ୍ଟିତ କରିବା ଦରକାର।

ନିଶ୍ଚିତ ପଢ଼ନ୍ତୁ: ଲଂଚ୍ ହେଲା Paytm Money : ଏବେ ମାତ୍ର ୧୦୦ଟଙ୍କାରେ କରିପାରିବେ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ

ସଞ୍ଚୟର କିଛି ଅଂଶ ଆପଣ ପୋଷ୍ଟ ଅଫିସ ଡ଼ିପୋଜିଟ, ପବ୍ଲିକ୍ ପ୍ରୋଭିଡ଼େଣ୍ଟ ଫଣ୍ଡ ଆଦିରେ ନିବେଶ କରିପାରିବେ। ଏଥିରେ କୌଣସି ପ୍ରକାରର ରିଟର୍ନ ଆସିନଥାଏ ବରଂ ଐତିହାସିକ ଭାବେ ଦେଖିବାକୁ ଗଲେ ଇକ୍ଯୁଟି ଏକମାତ୍ର ବିକଳ୍ପ ଯେଉଁଥିରେ ବହୁ ମାତ୍ରାରେ ରିଟର୍ନ ଆସିଥାଏ। ଏହି ସମସ୍ତ ନିବେଶ ଯୁବା ଅବସ୍ଥାରୁ ହିଁ କରିବା ଉଚିତ୍। ଏହା ଦ୍ବାରା ସୁଧ ବଢ଼ିବା ପାଇଁ ସମୟ ସଠିକ୍ ପରିମାଣର ମିଳିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.