Below header

ATM ପିନ୍‌ ଓ କମ୍ପ୍ୟୁଟର ପାସ୍‌ୱାର୍ଡକୁ ସୁରକ୍ଷିତ ରଖିବା ପାଇଁ ଆଡ଼ଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର (କେନ୍ଯୁଜ୍) :ସାଇବର୍‌ ଅପରାଧ ରୋକିବାକୁ ଅନ୍‌ଲାଇନ୍‌ ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ । ଇ-ବ୍ୟାଙ୍କିଙ୍ଗ, ଓ୍ଵାଇଫାଇ ସିକ୍ୟୁରିଟି ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ସେହିପରି ନିଜ ATM ପିନ୍‌ ଓ କମ୍ପ୍ୟୁଟର ପାସ୍‌ୱାର୍ଡକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛି କ୍ରାଇମବ୍ରାଞ୍ଚ । ୱେବସାଇଟ୍‌ରେ କାର୍ଡର ତଥ୍ୟ ନ ରଖିବାକୁ ପରାମର୍ଶ ଦିଆଯାଇଛି ।

କମ୍ପ୍ୟୁଟରରେ USB ସଂଯୋଗ ବେଳେ ଯତ୍ନବାନ ହୁଅନ୍ତୁ । କମ୍ପ୍ୟୁଟରରେ ବୈଧ ଆଣ୍ଟି ଭାଇରସ୍‌ ବ୍ୟବହାର କରନ୍ତୁ । ଫେକ୍‌ ଇ-ମେଲ୍‌ ଉପରେ ନଜର ରଖିବା ସହ ବିଭିନ୍ନ IDରେ ସମାନ ପାସୱାର୍ଡ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଛି କ୍ରାଇମବ୍ରାଞ୍ଚ । ସେହିପରି ସୋସିଆଲ ମିଡିଆକୁ ସୁରକ୍ଷିତ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.