Below header

ଘାଟିରୁ ଖସିଲା OSRTC ବସ୍, ୧୦ରୁ ଅଧିକ ଯାତ୍ରୀ ଆହତ

ଘାଟିରୁ ଖସିଲା OSRTC ବସ୍। ବୌଦ୍ଧ କଣ୍ଟାମାଳ ରାଣୀପଥର ଘାଟିରେ ଓଲଟିଲା ବସ୍। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

କଣ୍ଟାମାଳ (କେନ୍ୟୁଜ): ଘାଟିରୁ ଖସିଲା OSRTC ବସ୍ । ବୌଦ୍ଧ କଣ୍ଟାମାଳ ରାଣୀପଥର ଘାଟିରେ ଓଲଟିଲା ବସ୍ । ବସଟି ଫୁଲବାଣୀରୁ ଅନୁଗୁଳ ଯାଉଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡର ଭାଙ୍ଗି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରଯାଇଛି । ଗାଡ଼ିରେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ ।

ଦୁଇଟି ଆମ୍ବୁଲାନ୍ସରେ ଆହତ ବ୍ୟକ୍ତିଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ରାଣୀପଥର ଘାଟିଟି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଓ କନ୍ଧମାଳ ଜିଲ୍ଲାର ସୁଡୁରୁଗୁମ୍ଫା ଥାନାର ସୀମାନ୍ତବର୍ତୀ ଅଞ୍ଚଳ ହୋଇଥିବାରୁ ଖବର ଲେଖା ହେବା ଯାଏ ଘଟଣାସ୍ଥଳରେ କୌଣସି ପୋଲିସ ପହଞ୍ଚି ପାରିନଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.