ଜାଗର ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର: ଶୃଙ୍ଖଳିତ ଦର୍ଶନ ପାଇଁ ମୁତନ ହେବେ ୨୨ ପ୍ଲାଟୁନ ପୋଲିସ ଫୋର୍ସ

ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର । ରାତି ୧୦ଟାରେ ମହାଦୀପ ଦର୍ଶନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଭୋର ୩ଟା ୩୦ରୁ ସକାଳ ୧୦ଟା ୩୦ ଯାଏଁ ସାହାଣମେଲା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ଜାଗର । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର । ସୁସଜ୍ଜିତ ଆଲୋକମାଳାରେ ସଜାଯାଇଛି ମନ୍ଦିର। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।

ଏହାସହ ମନ୍ଦିର ବାହାରେ ଗହଳି ସ୍ଥାନରେ ୭୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ଜଗିବେ । ଗର୍ଭଗୃହରେ ମହିଳା ପୋଲିସ ସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷାକୁ କଡ଼ା କରାଯିବ । ଲୁଟେରାଙ୍କ ଉପରେ ନଜର ରଖିବାକୁ ସାଦା ପୋଷାକରେ ପୋଲିସ ପଇଁତରା ମାରିବେ । ଫୋକସରେ ରହିବ ଟ୍ରାଫିକ ନିୟନ୍ତ୍ରଣ । ରାତି ୧୦ଟାରେ ମହାଦୀପ ଦର୍ଶନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଭୋର ୩ଟା ୩୦ରୁ ସକାଳ ୧୦ଟା ୩୦ ଯାଏଁ ସାହାଣମେଲା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.