ଆଜି ଶ୍ରୀଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ, ମଧ୍ୟାହ୍ନ ୧୨ରୁ ରାତି ୯ ଯାଏ ଚାଲିବ ସର୍ବସାଧାରଣ ଦର୍ଶନ

ଆଜି ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ । ଆଜିର ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ବିଶେଷ ମହତ୍ବ ରହିଛି ଆଜିର ଦିନରେ ଭକ୍ତ ଠାକୁରଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରି ଆଶିଷ ଲାଭ କରିବେ ।

ପୁରୀ (କେନ୍ୟୁଜ): ଆଜି ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ । ଆଜିର ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ବିଶେଷ ମହତ୍ବ ରହିଛି । ଆଜିର ଦିନରେ ଭକ୍ତ ଠାକୁରଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରି ଆଶିଷ ଲାଭ କରିବେ । ମଧ୍ୟାହ୍ନ ୧୨ଟାରୁ ରାତି ୯ଟା ଯାଏ ଚାଲିବ ସର୍ବ ସାଧାରଣ ଦର୍ଶନ ।

ବିଳମ୍ବିତ ରାତି ୨ଟାରୁ ଦ୍ବାର ଫିଟା ପରେ ସକାଳ ଧୂପ ଓ ଦ୍ବିପ୍ରହର ଧୂପ ପରେ ବର୍ଷ ତମାମ ଭକ୍ତଙ୍କ ଦ୍ବାର ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯିବ। ପରେ ମହାସ୍ନାନ କରାଯିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.