Below header

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅକୁ ଇଡିର ମାରାଥନ୍, ପ୍ରୟାସକାନ୍ତିଙ୍କୁ ୧୭ ଘଣ୍ଟା ଜେରା

ପ୍ରୟାସକାନ୍ତିଙ୍କୁ ୧୭ ଘଣ୍ଟା ଜେରା। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅକୁ ଇଡିର ମାରାଥନ୍ ଜେରା । ଜେରା ପରେ ଇଡି ଅଫିସରୁ ବାହାରିଲେ ପ୍ରୟାସକାନ୍ତି । ଗତକାଲି ଦିନ ପ୍ରାୟ ସାଢେ ୧୦ଟା ବେଳେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ।

ଭୁବନେଶ୍ୱର (କେନ୍ୟୁଜ) : ପ୍ରୟାସକାନ୍ତିଙ୍କୁ ୧୭ ଘଣ୍ଟା ଜେରା । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅକୁ ଇଡିର ମାରାଥନ୍ ଜେରା । ଜେରା ପରେ ଇଡି ଅଫିସରୁ ବାହାରିଲେ ପ୍ରୟାସକାନ୍ତି । ଗତକାଲି ଦିନ ପ୍ରାୟ ସାଢେ ୧୦ଟା ବେଳେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ । ୨୦ କୋଟିରୁ ଅଧିକ ଟଙ୍କାର ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ତାଙ୍କୁ ଇଡିର ୩ଟି ସ୍ବତନ୍ତ୍ର ଟିମ୍ ମାରାଥନ ଜେରା କରିଥିଲା । ତା ଛଡ଼ା ବିଲ୍ଡର ବୁବୁଙ୍କ ସହ ଲିଙ୍କ୍ ବାବଦରେ ମଧ୍ୟ ତାଙ୍କୁ ପଚରା ଯାଇଥିଲା । ହେଲେ ଜେରାରୁ ତାଙ୍କ ଠାରୁ ଇଡି କୌଣସି ସନ୍ତଷଜନକ ଉତ୍ତର ପାଇନି । ପ୍ରୟାସଙ୍କ ୩ଟି ମୋବାଇଲ ଜବତ କରି ଡାଟା ନେଇଛି ED ।

ଏଥିରୁ ଜମି ଦୁର୍ନୀତିର ଗୁମର ଖୋଲିବ ବୋଲି ଆଶା ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଲାପଟପ ସହ ବିଭିନ୍ନ ଇଲେକ୍ଟ୍ରିକ ଗେଜେଟରୁ ତଥ୍ୟ ଉଦ୍ଧାର ଚାଲିଛି । ଗତ ବୁଧବାର ଦିନ ଇଡିରେ ହାଜର ହୋଇ ବୟାନ ରେକର୍ଡ କରାଇଥିଲେ ପ୍ରଫୁଲ୍ଲ ସାମଲ । ପ୍ରଫୁଲ, ପ୍ରୟାୟ କାନ୍ତିଙ୍କ ସମେତ ୭ଜଣଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ EDରୁ ବାହାରିବା ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ପ୍ରୟାସକାନ୍ତି । ପ୍ରୟାସକାନ୍ତିଙ୍କୁ ପୁଣି ଜେରା କରିପାରେ ଇଡି । ଏହି ଘଟଣା ପରେ ବିଲ୍ଡର ବୁବୁ ଏବେ ଫେରାର ହୋଇଯାଇଛି । ତାଙ୍କୁ ମଧ୍ୟ ଜେରା ପାଇଁ ନୋଟିସ କରିଛି ଇଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.