ରାଜ୍ୟରେ ୪୦ ମୁହାଁ ପାରଦ, ଆହୁରି ୨ ରୁ ୩ ଡ଼ିଗ୍ରୀ ବଢ଼ିବ ତାପମାତ୍ରା

ରାଜ୍ୟରେ ୪୦ ମୁହାଁ ପାରଦ। ମାର୍ଚ୍ଚରୁ ଜଳିଲାଣି। ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ତାତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ୩୮ ଡିଗ୍ରୀ ଅତିକ୍ରମ କରିଛି ପାରଦ। ୩-୪ ଦିନ ମଧ୍ୟରେ ୪୦ ଟପିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ୪୦ ମୁହାଁ ପାରଦ। ମାର୍ଚ୍ଚରୁ ଜଳିଲାଣି। ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ତାତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ୩୮ ଡିଗ୍ରୀ ଅତିକ୍ରମ କରିଛି ପାରଦ। ୩-୪ ଦିନ ମଧ୍ୟରେ ୪୦ ଟପିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୧୧ ତାରିଖରୁ ରାଜ୍ୟରେ ବଢ଼ିବ ଗରମ।

ମଙ୍ଗଳବାର ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୨ ଡ଼ିଗ୍ରୀ ରେକର୍ଡ ହୋଇଛି । ୮ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠୁ ଅଧିକ ଥିଲା । ନୟାଗଡ଼ରେ ୩୬.୬, ମାଲକାନଗିରିରେ ୩୬.୫, ବୌଦ୍ଧରେ ୩୬.୪ ଡିଗ୍ରୀ ସେଲସିୟସ୍ ରହିଥିଲା ଦିନ ତାପମାତ୍ରା । ଆଗାମୀ ୩ରୁ ୪ଦିନ ଯାଏ ଦିନର ସର୍ବୋଚ୍ଚ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଓଡ଼ିଶା ଉପରେ ସକ୍ରିୟ ଥିବା ଦୁଇଟି ଘୂର୍ଣ୍ଣିବଳୟ ପ୍ରଭାବରେ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବ। ୪୦ ଟପିଯିବ ପାରଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.