Below header

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ବିକ୍ଷୋଭ

ଭୁବନେଶ୍ବର : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ । ବ୍ଲକଗ୍ରାଣ୍ଟ ବ୍ୟବସ୍ଥାକୁ ଉଚ୍ଛେଦ କରି ସରକାର ନୂତନ ଅନୁଦାନ ନିୟମ କଲେ ମଧ୍ୟ ସରକାର ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ଲାଗୁ କରୁନାହାନ୍ତି । ଅନୁଦାନ ପାଇବାକୁ ଥିବା ୧୭୭ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ଦେବେ ବୋଲି କୁହାଯାଉଛି ତାହା କାର୍ଯ୍ୟକାରୀ ହେଉନି । ଏ ସମସ୍ତ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିବା କହିଛନ୍ତି ଓଷ୍ଟାର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି । ଲୋୟର ପିଏମ୍‌ଜିରେ ହୋଇଥିବା ଆନ୍ଦୋଳନରେ ଶହଶହ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି । ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ମାଟ୍ରିକ ପରୀକ୍ଷାକୁ ବର୍ଜ୍ଜନ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.