୧. ୨୫ ଲକ୍ଷ ଟଙ୍କା ମୂଲ୍ୟର ଗୋବର ଚୋରି , ଜଣେ ଗିରଫ

ଚିକ୍କମାଗାଲୁରୁ :  କର୍ଣ୍ଣାଟକର ବିରୁର ଜିଲ୍ଲାରେ ଏକ ଗୋବର ଚୋରି ମାମଲାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପ୍ରାଣୀଧନ ବିଭାଗର ଜଣେ ସୁପରଭାଇଜର୍‌ଙ୍କୁ ଗିରଫ କରାଯାଇଛି। ପୁଲିସ କହିବା ଅନୁସାରେ, ପ୍ରାୟ ୧. ୨୫ ଲକ୍ଷ ଟଙ୍କା ମୂଲ୍ୟର ୩୫ ରୁ ୪୦ ଟ୍ରାକ୍ଟର୍‌ ଗୋବର ଚୋରି ଅଭିଯୋଗ ହୋଇଛି। ପ୍ରାଣୀଧନ ବିଭାଗର ଯୁଗ୍ମ ନିର୍ଦେଶକଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ଚୋରି ମାମଲା ରୁଜୁ କରିଛି । କାହା ଜମିକୁ ଗୋବର ଯାଇଛି ତାଙ୍କ ନାମ ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଥିବା କଥା ପୁଲିସ କହିଛି।।

gobarଜଗତି ଥାନାରେ ହୋଇଥିବା ଅଭିଯୋଗ ଆଧାରରେ , ବସୁର ଅମୃତମହଲ କବଲରେ ୩୫ ରୁ ୪୦ ଟ୍ରକ୍‌ ଗୋବର ରଖାଯାଇଥିଲା। ତେବେ ସେଠାରେ ଏକ ଘରୋଇ ଜମିକୁ ଉକ୍ତ ଗୋବର ସ୍ଥାନାନ୍ତର କରାଯାଇଥିଲା, ଯେଉଁ ଗୋବରର ମୂଲ୍ୟ ପ୍ରାୟ ୧. ୨୫ ଲକ୍ଷ ଟଙ୍କା ହେବ। ଯାହାକୁ ଖତ କରାଯାଇ ଜମିରେ ବ୍ୟବହାର କରାଯାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.