Below header

ହାତ ଧରିଲେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ

ଅନୀଲ ସିଂହଦେଓ ଓ ଜେସି ମହାନ୍ତି ବି ଧରିଲେ ହାତ

ଭୁବନେଶ୍ବର(କେନ୍ୟୁଜ୍) : ଦୀର୍ଘ ବର୍ଷ ପରେ ସକ୍ରିୟ ରାଜନୀତିକୁ ଫେରିଲେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ। ହାତ ସହ ସମ୍ପର୍କ ଯୋଡ଼ିଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ନେତା ପଞ୍ଚାନନ କାନୁନଗୋ। ଭୁବନେଶ୍ୱର ତମାଣ୍ଡୋ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି।

ବିଜେଡି ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ପଞ୍ଚାନନ ୨୦୦୮ରେ ବିଜେଡି ଛାଡ଼ିବା ସହ ସକ୍ରିୟ ରାଜନୀତିରୁ ଅପସରି ଯାଇଥିଲେ। ତେବେ ଗତ କିଛିଦିନ ଧରି ସେ ବିଭିନ୍ନ ଦଳରେ ଯୋଗ ଦେବା ନେଇ ଚର୍ଚ୍ଚା ଧରିଥିଲା। ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ପଞ୍ଚାନନ। ତାଙ୍କ ସହ କଳାହାଣ୍ଡିର ଅନୀଲ ସିଂହଦେଓ, ରାଜ୍ୟସ୍ଥାନର ପୂର୍ବତନ ମୁଖ୍ୟ ଶାସନ ସଚିବ ଜେସି ମହାନ୍ତି ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.