ଖୁବଶୀଘ୍ର ଝାରସୁଗୁଡ଼ାରୁ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ୍) : ଦେଶର ପ୍ରମୁଖ ୬ଟି ସହରକୁ ଉଡ଼ିବ ବାଣିଜ୍ୟିକ ବିମାନ। ଉଡ଼ାଣ -୩ ଯୋଜନାରେ ଝାରସୁଗୁଡ଼ାରୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ରାୟପୁର, କୋଲକାତା ଓ ଭୁବନେଶ୍ୱରକୁ ବିମାନ ଉଡ଼ିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ପାଇସ ଜେଟ, ଟର୍ବୋ ଏୟାର ଓ ଜେଟ ଏୟାରୱେଜ ଏହି ଉଡ଼ାଣ ସେବା ଯୋଗାଇ ଦେବେ।

ଏନେଇ କେନ୍ଦ୍ର ପ୍ରତିବର୍ଷ ଓଡ଼ିଶାକୁ ୧୧୦ କୋଟି ଟଙ୍କାର ସହାୟତା ପ୍ରଦାନ କରିବ। ଓଡ଼ିଶା ଦ୍ୱିତୀୟ ରାଜ୍ୟ ଭାବେ କେନ୍ଦ୍ର ଠାରୁ ସର୍ବାଧିକ ବିଜିଏ ସହାୟତା ପାଇବ। ସେହିପରି ଭୁବନେଶ୍ୱରରୁ ଆଉ ୪ଟି ସହରକୁ ଉଡ଼ିବ ବିମାନ। ବାରଣାସୀ, ରାଉରକେଲା, କୋଲକୁଣ୍ଡା ଓ ଜଗଦଳପୁରକୁ ଭୁବନେଶ୍ୱରରୁ ବିମାନ ସେବା ଯୋଡ଼ି ହେବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.