Below header

କରୋନା ଭାଇରସ୍‌କୁ ନେଇ ସଜାଗ ପାରାଦୀପ ବନ୍ଦର

କେନ୍ଯୁଜ୍: କରୋନା ଭାଇରସ୍‌କୁ ନେଇ ସଜାଗ ଅଛି ପାରାଦୀପ ବନ୍ଦର। ବନ୍ଦର ଚିକିତ୍ସାଳୟରେ ଆଇସୋଲେସନ୍‌ ଓ୍ଵାର୍ଡ ଖୋଲାଯାଇଥିବା ବେଳେ ଦୁଇ ଜଣ ଡାକ୍ତରଙ୍କୁ ନିଯୁକ୍ତ ଦିଆଯାଇଛି। ସେହିପରି ୪ ନମ୍ବର ଗେଟ୍‌ ପାଖରେ ଥର୍ମାଲ ସ୍କାନର ଲଗାଯାଇଛି। ଜାହାଜରେ ଆସୁଥିବା କ୍ରିଉ ମେମ୍ବର ମାନଙ୍କୁ ସ୍କାନିଂ କରାଯିବା ପରେ ଆଇସୋଲେସନ୍‌ ଓ୍ଵାର୍ଡରେ ପରୀକ୍ଷା କରାଯାଉଛି। ସେହିପରି ବନ୍ଦର ହାର୍ବରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ସରଞ୍ଜାମ ଯୋଗାଇ ଦିଆଯାଇଛି। ଗୋଟିଏ ଜାହାଜରେ ୨ ଜଣ କ୍ରିଉ ମେମ୍ବର ଜାନୁଆରୀ ୫ ପରେ ଚାଇନାରୁ ଆସିଥିବାରୁ ଏକାଧିକ ଥର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପ୍ରତିଦିନ ସିପିଂ ଏଜେଣ୍ଟ ଓ ଷ୍ଟକ୍‌ ହୋଲ୍‌ଡରଙ୍କ ସହ କରୋନା ମୁକାବିଲା ନେଇ ବୈଠକ ହେଉଥିବା ପାରାଦୀପ ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.