ସକାଳୁ ଝିପିଝିପି ବର୍ଷା, ଆସନ୍ତା ୯ ତାରିଖ ଯାଏଁ ରାଜ୍ୟରେ ଲାଗିରହିବ କୋହଲା ପାଗ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଗାମୀ ୯ ତାରିଖ ଯାଏଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଅଧିକ ରହିବ।। ଏହି ତାପମାତ୍ରା୧୦ ଡିଗ୍ରି ତଳକୁ ଖସିବାର ସମ୍ଭାବନା କମ୍ ରହିଛି। ଆଜି ଦିନ ସାରା ପାଗ କୋହଲା ରହିବ। ଉପକୂଳ ଓ ଉତ୍ତର ଓଡିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୭ ଓ ୮ ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା ଖୋର୍ଧା, କଟକ, ଜଗତସିଂହପୁର, କନ୍ଧମାଳ, ନୟାଗଡ଼ ଓ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ ସହ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି ବୋଲି ଜଣାଇଛି ପାଣିପାଗ କେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.