Below header

୧୬ ଦିନର ଶିଶୁ କନ୍ୟାକୁ ବିକ୍ରି କରିବାକୁ ବାଧ୍ୟ କରିଛି ପେଟର ଭୋକ, ମାଲକାନଗିରି ବଣ୍ଡା ଘାଟି କର୍ତ୍ତାମଗୁଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା

ମାଲକାନଗିରି: ଛୁଆ ବିକ୍ରି କରିବାକୁ ବାଧ୍ୟ କରୁଛି ପେଟର ଭୋକ । ଅଭାବ ପାଇଁ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ବଣ୍ଡା ଘାଟି କର୍ତ୍ତାମଗୁଡ଼ା ଗାଁର ଜଣେ ବଣ୍ଡା ବ୍ୟକ୍ତି ୧୬ ଦିନର ଶିଶୁ କନ୍ୟାକୁ କୋରାପୁଟକୁ ବିକ୍ରି କରିବାକୁ ନେଉଥିଲେ । ଜଣାପଡିବା ପରେ ସରକାରଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି । ଶିଶୁଟିକୁ ମାଲକାନଗିରି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିଶୁ ମଙ୍ଗଳ ଅଧିକାରୀ କହିଛନ୍ତି । ସୂଚନା ଅନୁଯାୟୀ ପିଲା ବିକ୍ରି କରିବାକୁ ନେଉଥିବା ମାତୁଙ୍ଗ ଚାଲାଣଙ୍କର ପୂର୍ବରୁ ୬ଟି ଛୁଆ ଅଛନ୍ତି । ସେମାନଙ୍କ ପାଇଁ ଦାନା ଯୋଗାଡ କରି ପାରୁନଥିବା ମାତୁଙ୍ଗ ଅଭାବରେ ପଡି ନବଜାତକୁ ବିକ୍ରି କରିବାକୁ ଚାହୁଁଥିଲେ । ଅନ୍ୟପଟେ ପିଲାଟିକୁ ଜାନୁଆରୀ ୧ରେ ଜନ୍ମ ଦେବା ପରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.