ରିଲିଜ ହେଲା ‘ଲଭ ଆଜ କାଲ’ର ଟ୍ରେଲର, କାର୍ତ୍ତିକଙ୍କ ସାଙ୍ଗରେ ବୋଲଡ଼ ସିନରେ ନଜର ଆସିଲେ ସାରା

ଅଭିନେତା ସୈଫ ଅଲ୍ଲୀ ଖାନ ବର୍ତ୍ତମାନ ସମୟରେ ନିଜ ଅଭିନୀତ ସିନେମା, ‘ ତାନାଜି : ଦ ଅନଶର ବାରିଆର’ର କଲେକ୍ସନ ନେଇ ବେଶ ଖୁସି ଅଛନ୍ତି ।ଏହି ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ସଫଳତା ହାସିଲ କରିଛି । ନିକଟରେ ଏକ ସାକ୍ଷାତ୍କାର ସମୟରେ ସୈଫଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ଆଗାମୀ ଫିଲ୍ମ ‘ଲଭ ଆଜକାଲ’ କୁ ନେଇ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଆଉ ସବୁଠୁ ଗୁରୁତ୍ୱପୂର୍ଣ ହେଉଛି ଏହି ଫିଲ୍ମରେ ସାରା କାର୍ତ୍ତିକଙ୍କ ସହ ବୋଲଡ଼ ଅନ୍ଦାଜରେ ନଜର ଆସିଥିବା ଦେଖାଦେଇଛି । ଏଥିରେ ସୈଫ କହିଛନ୍ତି କି ମୁଁ ସାରା ଓ କାର୍ତ୍ତିକ ଉଭୟଙ୍କୁ ସେମାନଙ୍କ ଆଗାମୀ ସିନେମା ପାଇଁ ଅନେକ ଶୁଭେଛା ଦେଉଛି । ଏହା ସହ ସୈଫ ନିଜ ଅଭିନୀତ ସିନେମାରେ ଅଧିକ ଖୁସିଥିବା କଥା ମଧ୍ୟ କହିଛନ୍ତି । ସୂଚନା ଅନୁଯାୟୀ ଲଭ ଆଜକାଲର ଟ୍ରେଲର ଜାନୁଆରୀ ୧୭ ତାରିଖରେ ମୁମ୍ବାଇର ଯୁହୁ ସ୍ଥିତ ଏକ ସିନେମା ଘରେ ରିଲିଜ ହୋଇଛି ।

love aj kal

ଟ୍ରେଲର ପୂର୍ବରୁ ବି ଇମତିୟାଜଙ୍କ ଅଲ୍ଲୀଙ୍କ ଏହି ସିନେମାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ୨ ମିନିଟ ୫୪ ସେକେଣ୍ଡର ଏହି ଫିଲ୍ମ ଟ୍ରେଲରରେ ୧୯୯୦ ଓ ୨୦୨୦ ମସିହା ଭିତରର ପ୍ରେମ କାହାଣୀରେ ପରିବର୍ତ୍ତନକୁ ଦର୍ଶାଯାଇଛି । ଏଥିରେ ସାରା ଓ କାର୍ତ୍ତିକଙ୍କ କେତେକ ବୋଲଡ଼ ସିନ ମଧ୍ୟ ନଜର ଆସିଛି । ଏହାକୁ ୨୦୦୯ ମସିହାରେ ରିଲିଜ ହୋଇଥିବା ‘ଲଭ ଆଜକାଲ’ର ସିକ୍ୱେଲ ବୋଲି କୁହାଯାଉଛି । ଏଥିରେ ସାରା ଓ କାର୍ତ୍ତିକଙ୍କ ବ୍ୟତୀତ ରଣଦୀପ ହୁଡ୍ଡା ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମର ସୁଟିଂ ମୁମ୍ବାଇ, ଉଦୟପୁର ଓ ହିମାଚଳ ପ୍ରଦେଶର କେତେକ ସ୍ଥାନରେ ୬୬ ଦିନ ଧରି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.