ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆଜିଠୁ ଆରମ୍ଭ ହେଉଛି ପ୍ରୋ-ହକି ଲିଗ୍‌ ଦ୍ୱିତୀୟ ସଂସ୍କରଣ, ଭାରତ-ନେଦରଲାଣ୍ଡସ୍‌ ମଧ୍ୟରେ ହେବ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆଜିଠୁ ଆରମ୍ଭ ହେଉଛି ପ୍ରୋ-ହକି ଲିଗ୍‌ ଦ୍ୱିତୀୟ ସଂସ୍କରଣ । ଆଜି ଭାରତ-ନେଦରଲାଣ୍ଡସ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ମନପ୍ରୀତ୍‌ ସିଂହଙ୍କ ନେତୃତ୍ୱରେ ଭାରତ ନୂଆ ସିଜିନ୍‌ରେ ନୂଆ ଢାଞ୍ଚାରେ ଖେଳିବ । ଟୋକିଓ ଅଲିମ୍ପିକ୍ସ ଆଉ ମାତ୍ର ୬ ମାସ ଥିବା ବେଳେ ଉଭୟ ଦଳ ଏହି ଲିଗ୍‌ ମ୍ୟାଚ୍‌ରୁ ଖେଳାଳିଙ୍କ ପରୀକ୍ଷା ନିରୀକ୍ଷା କରିବେ।

ଏହି ଅବସରରେ ଆୟୋଜିତ ସ୍ପୋର୍ଟସ ଇନୋଭେସନ୍‌ ଫେଷ୍ଟିଭାଲକୁ ଆଜି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପୂର୍ବତନ ହକି ଅଧିନାୟକ ତଥା ହକି ପ୍ରମୋସନ୍‌ର ଅଧ୍ୟକ୍ଷ ଦିଲୀପ ତିର୍କି, ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ୍‌ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.