ଟାଙ୍ଗୀରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଦୁର୍ଘଟଣାର ତଦନ୍ତ ଆରମ୍ଭ, ରେଳବାଇ ସେଫ୍‌ଟି ଚିଫ୍‌ କମିଶନରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ କରୁଛି ପଚରା ଉଚରା

କଟକ: କଟକ ନିର୍ଗୁଣ୍ଡି ଷ୍ଟେସନ ପୂର୍ବରୁ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଟ୍ରେନ ଦୁର୍ଘଟଣାର ତଦନ୍ତ ଆରମ୍ଭ । ରେଳବାଇ ଗେଷ୍ଟ ହାଉସ୍‌ରେ ରେଳୱେ ସେଫ୍‌ଟୀ ଚିଫ୍‌ କମିଶନର ଏ. କେ. ରାୟଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି । ୧୫ରୁ ଅଧିକ ଅଧିକାରୀ, ୫୦ରୁ ୬୦ କର୍ମଚାରୀ ତଦନ୍ତର ସମ୍ମୁଖୀନ ହେବେ । ଗୁରୁବାର କଟକ ନିର୍ଗୁଣ୍ଡି ଷ୍ଟେସନ ପୂର୍ବରୁ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ମାଲବାହୀ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଇଥିଲା । ଏଥିରେ ଅନେକ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣା କେମିତି ଘଟିଲା, ସେନେଇ ତଦନ୍ତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.