Below header

ଅନଲାଇନରେ ଏବେ ଫ୍ଲିପକାର୍ଟ ଆରମ୍ଭ କରିବ ନିଜର ନୂଆ ବ୍ୟବସାୟ , ଘରେ ବସି ଆପଣ ଅର୍ଡର କରିପାରିବେ ଫ୍ରେସ୍ ଭେଜିଟେବଲ୍

ନୂଆଦିଲ୍ଲୀ: ଅନଲାଇନ କ୍ଷେତ୍ରରେ ଫ୍ଲିପକାର୍ଟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ପୋଷାକଠାରୁ ଆରମ୍ଭ କରି ମେକଅପ୍ ବିଭିନ୍ନ ସାମଗ୍ରୀ ବିକ୍ରି କରି ଫ୍ଲିପକାର୍ଟ ଏବେ ଅନଲାଇନ୍ ସେଲ୍ ଜଗତରେ ଲୋକଙ୍କର ବିଶ୍ବାସ ଭାଜନ ହୋଇପାରିଛି । ଏବେ ଏହା ଆଉ ଏକ ପାହାଚ ଆଗକୁ ଯିବାକୁ ପ୍ରସ୍ତୁତ । ଏବେ ଫ୍ଲିପକାର୍ଟ ପରିବା ବିକିବ ବୋଲି ଜଣାପଡ଼ିଛି। ଏନେଇ କମ୍ପାନି ପକ୍ଷରୁ ପାଇଲଟ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହୋଇଯାଇଥିବାବେଳେ ଏହା ନିହାତୀ ଲୋକଙ୍କ ପାଖରେ ଗ୍ରହଣୀୟ ହେବ ବୋଲି ଆଶା କରାଯାଉଛି । ଅନଲାଇନରେ ପରିିବା ବିକିବା ନେଇ ଏବେ ଫ୍ଲିପକାର୍ଟ ବିକ୍ରେତାମାନଙ୍କ ସହିତ ଆଲୋଚନା ଆରମ୍ଭ କରିଛି।

vegitableହାଇଦ୍ରାବାଦରେ ସ୍ଥିତ କମ୍ପାନି ଏନେଇ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଦେଇଛି । ଫ୍ଲିପକାର୍ଟ ପୂର୍ବରୁ ଇ-ବାଣିଜ୍ୟ କମ୍ପାନି ଆମାଜନ ଅନଲାଇନ୍ ଜରିଆରେ ପରିବା ଡେଲିଭର କରିବା କାମ ଆରମ୍ଭ କରିସାରିଛି। ତେବେ ଫ୍ଲିପକାର୍ଟ ଏବେ ହାଇଦ୍ରାବାଦରେ ଏହି ପରିବା ବିକିବା ବ୍ୟବସାୟ ଆରମ୍ଭ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.