ରାସ୍ତା ଉପରେ ଟ୍ରକକୁ ଦେଖି ରାଗରେ ପାଚିଗଲା ହାତି, ଚଳନ୍ତା ଗାଡିକୁ ସାମ୍ନାପଟୁ କଲା ଆକ୍ରମଣ, ଦେଖନ୍ତୁ ଛାତିଥରା ଭିଡିଓ

କର୍ଣ୍ଣାଟକର ନାଗରହୋଲ ନ୍ୟାସନାଲ ପାର୍କରେ ଏକ ଛାତି ଥରା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏକ ହାତି ଏତେ କ୍ରୋଧରେ ଥିଲା ଯେ ସେ ଗୋଟିଏ ଟ୍ରକକୁ ସାମ୍ନା ପଟୁ ଗୋଡାଇଲା ଏବଂ ବୋନଟକୁ ଫାଡିଦେଲା। ଏହି ପୂରା ଘଟଣା କ୍ୟାମେରାରେ କଏଦ ହୋଇଛି। ଭିଡିଓକୁ ଟ୍ଵିଟରରେ ସେୟାର କରାଯାଇଛି ଏବଂ ସେୟାର ହେବାର ମାତ୍ର କିଛି ସମୟ ଭିତରେ ଏହା ଖୁବ୍‌ ଭାଇରାଲ ହୋଇଗଲା। ଏହି ଭିଡିଓକୁ ଦେଖିଲେ ମୁହୁର୍ତ୍ତକ ପାଇଁ ଆପଣଙ୍କ ହାର୍ଟବିଟ୍‌ ଜୋରରେ ଚାଲିବ।

ମାଇକେଲ ଡ୍ଵାୟର ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ନିଜ ଟ୍ଵିଟର ଆକାଣ୍ଟରେ ସେୟାର କରିଛନ୍ତି। ଏହି ଘଟରା ପରେ ଟ୍ରକର ଅବସ୍ଥା ପୂରା ସୋଚନୀୟ ହୋଇଯାଇଛି। ଜଣେ ୟୁଜର ଏହି ଅଘଟଣ ପରେ ଟ୍ରକର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଛି। ଭିଡିଓକୁ ଏବେ ପର୍ଯ୍ୟନ୍ତ ୫ ହଜାର ରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର ଲେଖିଛନ୍ତି ଏହା ‘ଛାତି ଥରାଇଦେବା ଭଳି ଭିଡିଓ’। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନାଗରହୋଲ ନ୍ୟାସନାଲ ପାର୍କ ଏକ ଓ୍ଵାଇଲଡଲାଇଫ୍‌ ରିଜର୍ଭ ଅଟେ। ଏଠାରେ ବାଘ ଏବଂ ଏସିଆନ୍‌ ହାତି ରୁହନ୍ତି। ଏଠାରେ ଅଧିକ ସଂଖ୍ୟାରେ ପକ୍ଷୀ ମଧ୍ୟ ରୁହନ୍ତି।

Leave A Reply

Your email address will not be published.