Below header

ମାତ୍ର ୪ବଷର୍ର ଶିଶୁ ସମାଜକୁ ଦେଇଗଲା ଦିଗଦର୍ଶନ, ତା ଆଖିରେ ଆଉ ଜଣେ ଦୁନିଆ ଦେଖୁଛି

ଏବେ ଝିଅ ଦୁନିଆରେ ନାହିଁ ସତ, କିନ୍ତୁ ତା ଆଖି ଆଉ ଜଣେ ଦୁନିଆ ଦେଖୁଛି। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଝାରପୋଖରିଆ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି। ଗାଁର ଦଣ୍ଡ ପାଟଙ୍କ ଝିଅ ରଞ୍ଜନା ଓଡିଶା ବ୍ରିଗେଡ଼ ସୈନିକ ସ୍କୁଲ ନର୍ସରୀରେ ପଢୁଥିଲେ।

ବାଙ୍ଗିରିପୋଷି(କେନ୍ୟୁଜ୍): ଦୁନିଆ କଣ ଜାଣିବା ଆଗରୁ ଆଖି ବୁଜିଦେଲା । ଆଉ ସମାଜକୁ ଦେଇଗଲା ଦିଗଦର୍ଶନ । ମାତ୍ର ୪ବଷର୍ର ଶିଶୁ । ମୃତ୍ୟୁ ପରେ ଆଖି ଦାନ କଲେ ବାପା -ମାଆ । ଏବେ ଝିଅ ଦୁନିଆରେ ନାହିଁ ସତ, କିନ୍ତୁ ତା ଆଖି ଆଉ ଜଣେ ଦୁନିଆ ଦେଖୁଛି। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଝାରପୋଖରିଆ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି। ଗାଁର ଦଣ୍ଡ ପାଟଙ୍କ ଝିଅ ରଞ୍ଜନା ଓଡିଶା ବ୍ରିଗେଡ଼ ସୈନିକ ସ୍କୁଲ ନର୍ସରୀରେ ପଢୁଥିଲେ।

ହଠାତ ଅସୁସ୍ଥ ହେବାରୁ ତାଙ୍କୁ ବାରିପଦା ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଝିଅର ମୃତ୍ୟୁ ପରେ ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ବାପା-ମାଆ । କୁନିର ଝିଅର ଆଖିରେ ଅନ୍ୟ ଜଣେ ଏବେ ଦୁନିଆ ଦେଖୁଛି । ଏଭଳି ଘଟଣା ସାରସକଣା ବ୍ଲକରେ ପ୍ରଥମ ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.