ମହିଳାଙ୍କ ମାସିକ ସମସ୍ୟା ସମୟରେ ମୁଁ ଘରୁ କାମ କରିବାକୁ ଅନୁମତି ଦେଇଥାଏ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ ମୁଁ ମୋର ମହିଳା କର୍ମଚାରୀଙ୍କୁ ଘରୁ କାମ କରିବାକୁ ଦେଇଥାଏ । ଏମିତି କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ଼ ।

ବେଙ୍ଗାଲୁର : ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ ମୁଁ ମୋର ମହିଳା କର୍ମଚାରୀଙ୍କୁ ଘରୁ କାମ କରିବାକୁ ଦେଇଥାଏ । ଏମିତି କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ଼ । ବେଙ୍ଗାଲୁରର ଏକ ଜାତୀୟ ଆଇନ ବିଦ୍ୟାଳୟ ସମାରୋହରେ ଭାଷଣ ଦେଇ ମହିଳାଙ୍କ ସମସ୍ୟା ଉପରେ ଏପରି କହିଥିଲେ । ନିଜ ଦିବଂଗତ ପତ୍ନୀଙ୍କ ଏକ ସାକ୍ଷାତକାରର ଉଦାହରଣ ଦେଇ ସେ ମହିଳାଙ୍କ ସମସ୍ୟା ଉପରେ ଏପରି କିଛି କହିଥିଲେ ।

ସେ କହିଥିଲେ ‘ମୋ ପତ୍ନୀ ଜଣେ ଆଇନର ଛାତ୍ର ଥିବାରୁ ଏକ ଆଇନ ସଂସ୍ଥାରେ କାମ କରିବାକୁ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ । ସେଠାରେ ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତି ଜଣକ ମୋ ପତ୍ନୀଙ୍କୁ କେତେ ସମୟ କାମ କରିବାକୁ ହେବ ପତ୍ନୀଙ୍କ ପ୍ରଶ୍ନର ଉତ୍ତରରେ ତାହା ସ୍ଥିର ହୋଇନାହିଁ ବୋଲି କହିଥିଲେ ।

ହୋଇପାରେ ୨୪ ଗୁଣନ ୭ ଗୁଣନ ୩୬୫ (24x7x365)  ବୋଲି କହିଥିଲେ । ପତ୍ନୀ ଯେତେବେଳେ ପରିବାର କଥା ଉଠାଇଥିଲେ , ଉକ୍ତ ସାକ୍ଷାତକାର ନେଉଥିବା ବ୍ୟକ୍ତି ଜଣକ କହିଥିଲେ ଯେ ଏପରି ଜଣେ ସ୍ୱାମୀ ବାଛ ଯିଏ ଘରେ ରୋଷେଇ କରିପାରୁଥିବେ । ଆମ କାମରେ କୌଣସି ପାରିବାରିକ ସମୟ ନାହିଁ ।

ହେଲେ ଆଜି ସମୟ ବଦଳିଛି । ମହିଳାଙ୍କ କାମକୁ ସୁଗମ କରିବାର ଆବଶ୍ୟକତା ଊପରେ ମୁଁ ଗୁରୁତ୍ୱ ଦେଇଥାଏ । ମୁଁ ମୋର କାର୍ଯ୍ୟକ୍ଷେତ୍ରରେ କାମ କରୁଥିବା ୫ କିରାଣିଙ୍କୁ ମାସିକ ରୁତୁସ୍ରାବ ସମୟରେ ଘରୁ କାମ କରିବାକୁ ଅନୁମତି ଦେଇଥାଏ ବୋଲି ମୁଖ୍ୟବିଚାରପତି କହିଥିଲେ ।

କେହି ଯଦି ଫୋନ କରି କହେ ସାର୍‌ , ମୁଁ ଆଜି ଘରୁ କାମ କରିପାରିବି, ମୋର ମାସିକ ଅସୁବିଧା ରହିଛି । ତେବେ ମୁଁ ସେମାନଙ୍କୁ ଘରୁ କାମ କରିବା ପାଇଁ ଅନୁମତି ଦେବା ସହ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ପାଇଁ କହିଥାଏ । ମୁଖ୍ୟ ବିଚାରପତିଙ୍କ ଏହି ମହତ କଥା କଲେଜର ସମସ୍ତ ଅତିଥିଙ୍କ ମନକୁ ଛୁଇଁ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.