ସେପ୍ଟେମ୍ୱର ୨ରେ ଆୟୋଜିତ ହେବ ୨୭ ତମ ରୁଚି ପ୍ରତିଭା ସମ୍ମାନ ଉତ୍ସବ
କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ସେଭେନ ପିଲାର ପରିସରରେ ଆୟୋଜିତ ହେବାକୁ ଥିବା ରୁଚି ପ୍ରତିଭା ସମ୍ମାନ ଉତ୍ସବ କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ଗ୍ରୁପର ନିର୍ଦ୍ଦେଶକ ଡ. ସନ୍ତ୍ୱପ୍ତ ମିଶ୍ରଙ୍କୁ ଚଳିତ ବର୍ଷ ର ରୁଚି ଦେଶ ଗୌରବ ଓ ରେଭରୀ ଲାଙ୍ଗୁଏଜ୍ ଟେକ୍ନୋଲୋଜି ର ସହ ପ୍ରତିଷ୍ଠାତା ଅରବିନ୍ଦ ପାଣିଙ୍କୁ ରୁଚି ଦେଶ ଜ୍ୟୋତି ସମ୍ମାନ ପ୍ରଦାନ କରାଯିବ।

କଟକ(କେନ୍ୟୁଜ୍): ସେପ୍ଟେମ୍ୱର ୨ତାରିଖରେ ଆୟୋଜିତ ହେବ ୨୭ ତମ ରୁଚି ପ୍ରତିଭା ସମ୍ମାନ ଉତ୍ସବ। କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ସେଭେନ ପିଲାର ପରିସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ଗ୍ରୁପର ନିର୍ଦ୍ଦେଶକ ଡ. ସନ୍ତ୍ୱପ୍ତ ମିଶ୍ରଙ୍କୁ ଚଳିତ ବର୍ଷ ର ରୁଚି ଦେଶ ଗୌରବ ଓ ରେଭରୀ ଲାଙ୍ଗୁଏଜ୍ ଟେକ୍ନୋଲୋଜି ର ସହ ପ୍ରତିଷ୍ଠାତା ଅରବିନ୍ଦ ପାଣିଙ୍କୁ ରୁଚି ଦେଶ ଜ୍ୟୋତି ସମ୍ମାନ ପ୍ରଦାନ କରାଯିବ।
ଖ୍ୟାତନାମା ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ରୁଚି ଦେଶ ସେବା ସମ୍ମାନ ରେ ସମ୍ମାନିତ କରାଯିବ । ଚଳିତ ବର୍ଷ ରାଜ୍ୟରୁ ୟୁପିଏସସିରେ ଯୋଗ୍ୟତା ଅର୍ଜନ କରିଥିବା ଜୁବୀନ ମହାପାତ୍ର ଙ୍କୁ ରୁଚି ବିଦ୍ୟାସାଗର, ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିପନ୍ନମାନଙ୍କୁ ସହାୟତା ଯୋଗାଇ ଆସୁଥିବା ଓଡ୍ରାଫ ଟିମ୍ କୁ ସେବା ଜ୍ୟୋତି ସମ୍ମାନ, ବିଶ୍ଵ ପୋଲିସ କ୍ରୀଡା ରେ ସ୍ବର୍ଣ୍ଣ ପଦକ ବିଜୟୀ ଚିନ୍ମୟୀ ଭୂୟାଁ କୁ ରୁଚି ବାରବାଟୀ କ୍ରୀଡା ସମ୍ମାନ ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରୁଚି ପ୍ରତିଭା ଫାଉଣ୍ଡେସନ ର ଅଧ୍ୟକ୍ଷ ଡ. ଶରତ ସାହୁ ଓ ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ।