Below header

ଜହ୍ନ ରାଇଜରେ ବୁଲୁଛି ପ୍ରଜ୍ଞାନ, କରୁଛି ଅଧିକ ତଥ୍ୟ ସଂଗ୍ରହ

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ରୋଭରର ଗତିବିଧିକୁ ନେଇ ନୂଆ ଭିଡିଓ ଜାରି କରିଛି ଇସ୍ରୋ । ଯେଉଁଥିରେ ଚନ୍ଦ୍ରପୃଷ୍ଠରେ ରୋଭର ଗତି କରୁଥିବାର ଭିଡିଓ ସ୍ପଷ୍ଟ ଭାବେ ଦେଖାଯାଉଛି ।

ଜହ୍ନ ରାଇଜରେ ବୁଲୁଛି ପ୍ରଜ୍ଞାନ । ଅଧିକ ତଥ୍ୟ ସଂଗ୍ରହ କରୁଛି ରୋଭର ପ୍ରଜ୍ଞାନ । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ରୋଭରର ଗତିବିଧିକୁ ନେଇ ନୂଆ ଭିଡିଓ ଜାରି କରିଛି ଇସ୍ରୋ । ଯେଉଁଥିରେ ଚନ୍ଦ୍ରପୃଷ୍ଠରେ ରୋଭର ଗତି କରୁଥିବାର ଭିଡିଓ ସ୍ପଷ୍ଟ ଭାବେ ଦେଖାଯାଉଛି । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ରହସ୍ୟକୁ ନେଇ ଅଧିକ ତଥ୍ୟ ସଂଗ୍ରହ କରୁଛି ରୋଭର । ଏହି ଭିଡିଓ ଲ୍ୟାଣ୍ଡରରୁ ନିଆଯାଇଛି ।

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ଧୀର ଅବତରଣ ଓ ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଗତିବିଧିର ଫଟୋ ଓ ଭିଡିଓ ଜାରି କରୁଛି ଇସ୍ରୋ । ଚନ୍ଦ୍ରପୃଷ୍ଠ କେଉଁ ରାସାୟନିକ ଉପାଦାନରେ ଗଢ଼ା, ତାର ତର୍ଜମା କରୁଛି । ଚନ୍ଦ୍ର ର ମାଟି ଓ ଶିଳା ପରୀକ୍ଷା କରି ତଥ୍ୟ ପଠାଇବ । ପୃଥିବୀର ୧୪ ଦିନ ଅର୍ଥାତ ଚନ୍ଦ୍ରରେ ଗୋଟିଏ ଦିନ ରୋଭର କାର୍ଯ୍ୟ କରିବ ।

ମୋଟ ୫୦୦ ମିଟର ପର୍ଯ୍ୟନ୍ତ ଯାଇ ପାରିବ ରୋଭର । ରାତି ହେବା ପର୍ଯ୍ୟନ୍ତ ସୌରଶକ୍ତିରେ କାର୍ଯ୍ୟ କରିବ ରୋଭର । ରାତି ହେଲେ ମିଳିବନି ସୌରଶକ୍ତି, ପ୍ରତିକୂଳ ହେବ ତାପମାତ୍ରା । ଏହି ୧୪ ଦିନ ମଧ୍ୟରେ ଅନେକ କିଛି କାର୍ଯ୍ୟ ସଂପାଦନ କରିବ ରୋଭର । ଚନ୍ଦ୍ରର ଦକ୍ଷିଣ ମେରୁର ରହସ୍ୟ ଉପରୁ ପର୍ଦ୍ଦା ଉଠାଇବା ନେଇ ସମସ୍ତେ ଆଶାବାଦୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.