Below header

ବୌଦ୍ଧ ଖଜୁରୀପଡ଼ା ନିକଟରେ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା:୧୦ଜଣ ଯାତ୍ରୀ ଆହତ, ୩ ଗୁରୁତର

ବୌଦ୍ଧ: ଯାତ୍ରୀବାହୀ ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା। ବୌଦ୍ଧ ପୁରୁଣା କଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ଖଜୁରୀପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି।

ତିରୁପତି ନାମକ ଏକ ଘରୋଇ ବସ୍‌ ଭୁବନେଶ୍ୱରରୁ ଭବାନୀପୀଟଣା ଯାଉଥିବାବେଳେ ବିଳମ୍ବିତ ରାତିରେ ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତ ଯାତ୍ରୀଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କର ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.