Below header

ରାୟଗଡା: ପୁଟାସିଙ୍ଗ ରେଜିଙ୍ଗନ୍ତାଳ ଘାଟିରେ ଓଲଟିଲା ଯାତ୍ରୀବାହୀ ପିକଅପ୍ ଭ୍ୟାନ୍, ୧୭ ଆହତ ୩ ଗୁରୁତର

ରାୟଗଡା(କେନ୍ୟୁଜ୍):  ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଙ୍ଗ ଥାନା ରେଜିଙ୍ଗନ୍ତାଳ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ପିକଅପ୍ ଭ୍ୟାନ୍ । ଘଟଣା ସ୍ଥଳରେ ୧୭ ଜଣ ଆହତ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । କିଛି ଆହତଙ୍କୁ ପୁଟାସିଙ୍ଗ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିବା ବେଳେ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୩ଜଣଙ୍କ ଅବସ୍ଥା ସଙ୍କଟପନ୍ନ ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସ୍ଥଳରେ ପୁଟାସିଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛୁ ।

ସୂଚନା ଅନୁଯାୟୀ ବଡଦିନ  ଉତ୍ସବ ପାଇ ଗୁଣପୁର ବ୍ଲକ କୁଳିଶିଙ୍ଗ ପଞ୍ଚାୟତର ଜମ୍ବାଡାଳ ଗ୍ରାମରୁ ବହୁ ଯାତ୍ରୀ ଏକ ଗାଡିରେ ପୁଟାସିଙ୍ଗ ପଞ୍ଚାୟତ ଆବାସିଙ୍ଗ ଗ୍ରାମକୁ ଯାଇଥିଲେ । ଆବାସିଙ୍ଗରୁ ଜମ୍ବାଡାଳ ଗ୍ରାମକୁ ଫେରିବା ବେଳେ ପୁଟାସିଙ୍ଗ ରେଜିଙ୍ଗନ୍ତାଳ ଘାଟିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ପିକଅପ୍ ଭ୍ୟାନଟି ଓଲଟି ପଡିଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.