ଥ୍ରେଡିଙ୍ଗ ପରେ ସ୍କିନ ଲାଲ ପଡି ଜଳାପୋଡ଼ା ହେଉଛିକି, ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ମୁହଁ ଉପରର ଅଧିକ କେଶକୁ ହଟାଇ ଆକର୍ଷଣ ଆଣିବା ପାଇଁ ସବୁଠୁ ଜରୁରୀ ହେଉଛି ଥ୍ରେଡିଙ୍ଗ । ଯଦି ଥ୍ରେଡିଙ୍ଗ ଭଲ ସେପରେ ହୋଇଥାଏ ତେବେ ବିନା ମେକଅପରେ ବି ଚେହେରା ଖୁବ ଆକର୍ଷଣୀୟ ଦେଖାଦିଏ । କିନ୍ତୁ କିଛି ଜଣଙ୍କ ସ୍କିନ ଖୁବ ସେନସିଟିଭ ହୋଇଥିବାରୁ ଥ୍ରେଡିଙ୍ଗ ପରେ ସେମାନଙ୍କ ମୁହଁରେ ଲାଲ ଲାଲ ଦାଗ ପଡ଼ିଯାଏ । ଏମିତିକି ପିମ୍ପଲସ ବି ଉଠିଯାଏ । ଯଦି ଆପଣଙ୍କର ବି ଏହି ସମସ୍ୟା ଥାଏ ଆଉ ଏଥିରୁ ମୁକ୍ତି ପାଇବାକୁ ଚାହୁଁଥାନ୍ତି ତାହେଲେ ତେବେ ଥ୍ରେଡିଙ୍ଗ ପରେ କିଛି ଘରୋଇ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ । ଏହି ସମସ୍ୟାରୁ ମୁକ୍ତି ମିଳିବ ।

ଚନ୍ଦନ ପେଷ୍ଟ:

ଥ୍ରେଡିଙ୍ଗ ପରେ ନିଜ ଆଇବ୍ରୋ ଆଖପାଖରେ କିଛି ଚନ୍ଦନ ପେଷ୍ଟ ଲଗାଇ ଦିଅନ୍ତୁ । କିଛି ମିନିଟ ଭିତରେ ଲକ୍ଷ କରିବେ ଲାଲ ପଡିଥିବା ତ୍ୱଚା ନିଜ ପୂର୍ବ ରଙ୍ଗ ଫେରିପାଇବ ।

threading

କାକୁଡି:

ଅଥବା କାକୁଡି ରସ କିମ୍ବା ଖଣ୍ଡେ କାକୁଡିକୁ ଲାଲ ତ୍ୱଚା ଉପରେ ଧୀରେ ଧୀରେ ଘସନ୍ତୁ । ଦେଖିବେ ଥଣ୍ଡା ଲାଗିବା ସହ ଆରାମ ମିଳିବ ।

threading

ଆଲୋଭେରା:

ତ୍ୱଚାକୁ ନରମ ଓ ମଇଶ୍ଚରାଇଜ କରିବା ପାଇଁ ଏଲୋଭେରା ଏକ ଭଲ ବିକଳ୍ପ । ସ୍କିନ ଲାଲ ପଣରୁ ଏହା ମୁକ୍ତି ଦେଇଥାଏ ।

ଗୁଲାବ ଜଳ:

ଥ୍ରେଡିଙ୍ଗ ପରେ ତ୍ୱଚାର ପିଏଚ ବାଲାନ୍ସ ଠିକ କରିବା ପାଇଁ ଗୁଲାବ ଜଳର ବ୍ୟବହାର ବି ଏକ ଭଲ ବିକଳ୍ପ । ତୁଳାରେ ବୁଡାଇ ଧୀରେ ଧୀରେ ମାଲିସ କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.