ସଲମାନ ଖାନ ଜନ୍ମିଦନ ପୂର୍ବରୁ ଘର ବାହାରେ ଲଗାଇଲେ ନୋଟିସ, ଫ୍ଯାନଙ୍କୁ କଲେ ଏଭଳି ଅପିଲ୍

ବଲିଉଡର ଦବଙ୍ଗ ଖାନ ଅର୍ଥାତ୍ ସଲମାନ ଖାନ ଆଜି ୫୫ବର୍ଷ ବୟସରେ ପାଦ ଦେଇଛନ୍ତି। ଏହାର ଗୋଟେ ଦିନ ପୂର୍ବରୁ ସଲମାନ ନିଜ ପ୍ରଶଂସକଙ୍କୁ ଏକ ସ୍ବତନ୍ତ୍ର ଅପିଲ କରିଛନ୍ତି। ପ୍ରତିବର୍ଷ ଧୁମଧାମରେ ଜନ୍ମଦିନ ପାଳନ କରୁଥିବା ଦବଙ୍ଗ ଖାନ ଚଳିତ ବର୍ଷ ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନ କରୁଥିବା ଜଣାପଡ଼ିଛି।

ପ୍ରତିବର୍ଷ ଜନ୍ମଦିନରେ ସେ ନିଜ ପ୍ରଶଂସକଙ୍କୁ ଘର ବାହାରକୁ ଆସି ଦେଖା କରୁଥିବା ବେଳେ ଚଳିତ ବର୍ଷ ସେ ନିଜ ପ୍ରଶଂସକଙ୍କୁ ଘର ବାହାରକୁ ଆସିବାକୁ ମନା କରିଛନ୍ତି। ଜନ୍ମଦିନରେ ସଲମାନ ଘରେ ରହୁ ନଥିବାରୁ ନିଜ ପ୍ରଶଂସକ ଆସିବାକୁ ମନା କରିଥିବା ଜଣାପଡ଼ିଛି। ଏହା ସହ କରୋନା କଟକଣା ମାନିବାକୁ କହିଛନ୍ତି ସଲମାନ।

photo

ସଲମାନଙ୍କ ଘର ବାହାରେ ଲାଗିଥିବା ଏକ ବ୍ୟାନରରେ ଲେଖାଯାଇଛି ଯେ, ‘ପ୍ରତିବର୍ଷ ମୋ ଜନ୍ମଦିନରେ ମୋର ପ୍ରଶଂସକଙ୍କ ଭଲପାଇବା ଏବଂ ସ୍ନେହ ମୋତେ ଅତ୍ୟଧିକ ମାତ୍ରାରେ ମିଳିଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ ମହାମାରୀ ଏବଂ ସାମାଜିକ ଦୂରତା ନିୟମକୁ ମନେ ରଖି ମୋ ଘର ବାହାରେ ଭିଡ଼ ନକରିବାକୁ ମୋର ବିନମ୍ର ଅନୁରୋଧ। ମୁଁ ବର୍ତ୍ତମାନ ଗାଲାକ୍ସି ଆପାର୍ଟମେଣ୍ଟରେ ନାହିଁ। ମାସ୍କ ପିନ୍ଧନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ।’

You might also like