Below header

ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌, ଭୁବନେଶ୍ୱରକୁ ବ୍ରିଟେନରୁ ଫେରିଥିବା ମୋଟ୍‌ ୩ ଜଣ କରୋନା ପଜିଟିଭ

କେନ୍ୟୁଜ୍(ବ୍ୟୁରୋ):  ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌ । ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ୪ ବର୍ଷର ଝିଅର ବାପା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ଭୁବନେଶ୍ୱରକୁ ଫେରିଥିବା ମୋଟ୍‌ ୩ ଜଣ ପଜିଟିଭ ହୋଇଛନ୍ତି। ଗତ ୨୦ ତାରିଖରେ ସେ ନିଜ ପରିବାର ସହ ଫେରିଥିଲେ ।

ବ୍ରିଟେନ୍‌ରୁ ନୂଆଦିଲ୍ଲୀ ଆସିବା ପରେ ସେଠାରୁ ଭୁବନେଶ୍ୱରକୁ ବିମାନ ଯୋଗେ ଆସିଥିଲେ । ୨୧ ତାରିଖରେ ପରିବାର ଲୋକଙ୍କ ସହ ଝିଅଟିର ମଧ୍ୟ ପରୀକ୍ଷା କରାଯାଇଥିଲା । ପ୍ରଥମେ ଝିଅ ରିପୋର୍ଟ ପଜିଟିଭ୍‌ ଆସିବା ପରେ ବାପାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। ଝିଅଟିର କୌଣସି ଲକ୍ଷଣ ନାହିଁ, ସେ ସଂପୂର୍ଣ୍ଣ ସୁସ୍ଥ ଅଛି । ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.