ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ: ଡାକ୍ତରଙ୍କ ଅବହେଳା ଯୋଗୁଁ ହସ୍ପିଟାଲରେ ଉତ୍ତେଜନା

ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ମହିଳା ଜଣଙ୍କ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ପାତ୍ର।

ଭଦ୍ରକ (କେନ୍ୟୁଜ): ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ମହିଳା ଜଣଙ୍କ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ପାତ୍ର।

ଅଭିଯୋଗ ଅନୁସାରେ ସଞ୍ଜୁଲତା ପାତ୍ରଙ୍କର ଟ୍ୟୁମର ହୋଇଥିଲା। ଡାକ୍ତର ଦେଖାଇ ମେଡିସିନ୍‌ ଖାଇବା ପରେ ତାହା ଟିକିଏ କମି ଯାଇଥିଲା। ହେଲେ ଡାକ୍ତର ଅପରେସନ କରି ତାକୁ ବାହାର କରି ଦେବାକୁ ପରାମର୍ଶ ଦେଇଥିଲେ। ଗତ ବୁଧବାର ଦିନ ସେ ସାଳନ୍ଦୀ ହସ୍ପିଟାଲରେ ଆଡ଼ମିସନ ହୋଇଥିଲେ। ଗତକାଲି ରାତିରେ ତାଙ୍କର ଅପେରସନ ହୋଇଥିଲା। । ଅପରେସନ ସରିବାର କିଛି ସମୟ ପରେ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଡାକ୍ତରଙ୍କ ଅବହେଳା ଯୋଗୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ । ଫଳରେ ନର୍ସିଂହୋମରେ ଆଜି ସକାଳେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଉତ୍ୟେକ୍ତ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି।ଅନ୍ୟ ପକ୍ଷରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଏନେଇ ସମ୍ପୃକ୍ତ ଡାକ୍ତରଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

You might also like