Below header

ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି ବଡ଼ ଠାକୁରଙ୍କ ଡାହୁକ, ଆର୍ଥିକ ସାହାଯ୍ୟ ଅପେକ୍ଷାରେ ପରିବାର ଲୋକେ

ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି ବଡ଼ଠାକୁରଙ୍କ ଡାହୁକ । ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବଡ଼ଠାକୁରଙ୍କ ଡାହୁକ ମାଧବ ପ୍ରଧାନ । ଜୀବନମରଣ ସହ କରୁଛନ୍ତି ସଂଘର୍ଷ ।

ପୁରୀ: ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି ବଡ଼ଠାକୁରଙ୍କ ଡାହୁକ । ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବଡ଼ଠାକୁରଙ୍କ ଡାହୁକ ମାଧବ ପ୍ରଧାନ । ଜୀବନମରଣ ସହ କରୁଛନ୍ତି ସଂଘର୍ଷ । ତାଙ୍କର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିକିତ୍ସା ଖର୍ଚ୍ଚରେ ଅସୁବିଧା ହେଉଛି। ଘରର ଅବସ୍ଥା ନକହିବା ଭଲ। ଦିନକୁ ଦିଓଳି ଖାଇ ଦୁଃଖେ ସୁଖେ ତାଙ୍କ ପରିବା ଚଳିଯାଉଥିଲା । ହେଲେ ଦଇବ ଦେଲା ଏତେ ବଡ ଦୁଃଖ।

ତେବେଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ କିଛି ଆର୍ଥିକ ସହଯୋଗ ମିଳିଲେ ସେ ନିଶ୍ଚୟ ସୁସ୍ଥ ହୋଇପାରିବେ। ଏନେଇ ତାଙ୍କ ପୁଅ ଲିପୁନ୍ ପ୍ରଧାନ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏପଟେ ମାଧବ ଘୋଷଯାତ୍ରା ସମୟରେ ତାଳଧ୍ୱଜ ରଥର ଡାହୁକ ସେବା କରିଥାନ୍ତି। ତେବେ ଯାହା ସୂଚନା ମିଳିଛି ଗତ ରବିବାର ଦିନ ବୀରହରେକୃଷ୍ଣପୁର – ମଙ୍ଗଳାଘାଟ ବାଇପାସ ରାସ୍ତାରେ ଏକ ବାଇକ ଯୋଗେ ସେ ପଛରେ ବସିକି ଯିବା ସମୟରେ ଗୋଟିଏ କାର ପଛପଟୁ ଆସି ଧକ୍କା ଦେଇଥିଲା। ଯାହାଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।

ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଦୁଃଖର କଥା ଜିଲ୍ଲା ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାକୁ ଆର୍ଥିକ ସାହାଯ୍ୟ ମିଳିବା ତ ଦୂରର କଥା କେହି ଦେଖା ହେବାକୁ ଯାଇ ଦୁଃଖ ମଧ୍ୟ ବୁଝିନାହାନ୍ତି। ତେବେ ଡାହୁକ ମାଧବ ପ୍ରଧାନଙ୍କ ଜୀବନ ବଞ୍ଚାଇବାକୁ ଆର୍ଥିକ ସାହାର୍ଯ୍ୟ ଲୋଡିଛନ୍ତି ପରିବାର ଲୋକେ ।

ଆପଣଙ୍କ ସହାୟତା ଅନେକଙ୍କୁ ଦେଇଛି ନୂଆ ଜୀବନ । ତେବେ ପୁଣି ସମୟ ଆସିଛି ଆପଣଙ୍କୁ ମାନବିକତା ଦେଖାଇବାର । ପୁଣି ଜଣେ ଅବସହାୟଙ୍କ ଜିବନ ବଞ୍ଚାଇବାର । ଯଦି କେହି ସହୃଦୟ ବ୍ୟକ୍ତି ମାଧବ ପ୍ରଧାନଙ୍କୁ ଆର୍ଥିକ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗଯୋଗ କରନ୍ତୁ।

ଠିକଣା: ମଙ୍ଗରାଜପୁର, ବାଟମଙ୍ଗଳା
ମୋବାଇଲ୍ ନମ୍ବର: +917846882595

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.