ଶ୍ରାବଣରେ ଶୁଖିଲା ଜମି: ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ

ଆସନ୍ତା ୧୭ କିମ୍ବା ୧୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। କିନତୁ ଏହାର ପ୍ରଭାବରେ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ପୁଣି ୨୩ କିମ୍ବା ୨୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଦାନା ବାନ୍ଧିବ।

(କେନ୍ୟୁଜ): ବର୍ଷା ଗାଏବ, ଚିନ୍ତାରେ ଚାଷୀ। ବର୍ଷା ବଦଳରେ ଏବେ ଟାଏଁ ଟାଏଁ ଖରା। ଆଉ ଦୁଇ ଚାରି ଦିନ ଏମିତି ଖରା ହେଲେ ତଳି ସବୁ ଝାଉଁଳିଯିବ। ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ। ପାଣିପାଗ ପୂର୍ବାନୁମାନ କହୁଛି, ଏବେ ସେମିତି ବିଶେଷ ବର୍ଷା ନାହିଁ । ମୌସୁମୀ ସକ୍ରିୟ କରାଉଥିବା ନିମ୍ନ ଚାପମାନ ରେଖା (ମନ୍‌ସୁନ୍‌ ଟ୍ରଫ୍‌) ଉତ୍ତରକୁ ଘୁଞ୍ଚିଯାଇଛି । ପୁଣି ତଳକୁ ଖସିଲେ ଓଡ଼ିଶାରେ ବର୍ଷା ହେବ ।

ଏପଟେ ଆସନ୍ତା ୧୭ କିମ୍ବା ୧୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। କିନ୍ତୁ ଏହା ବିଶେଷ ଘନୀଭୂତ ହେବା ସମ୍ଭାବନା କମ୍‌ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଦେଇ ବିହାର ଆଡ଼େ ମୁହାଁଇବ ଘୂର୍ଣିବଳୟ । କିନ୍ତୁ ଏହାର ପ୍ରଭାବରେ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ପୁଣି ୨୩ କିମ୍ବା ୨୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଦାନା ବାନ୍ଧିବ। ଏହା ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ସାମାନ୍ୟ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.