Below header

ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା: ଅମ୍ଳଜାନ ଅଭାବରୁ ଚାଲିଗଲା ରୋଗୀଙ୍କ ଜୀବନ!

ମାଲକାନଗିରି(କେନ୍ୟୁଜ୍): ଅମ୍ଳଜାନ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଅମ୍ଳଜାନ ଅଭାବରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କାମବାଡା ଗାଁର ରାମ ମାଡକାମୀ । ହସ୍ପିଟାଲରେ ବିଦ୍ୟୁତ କଟିଯିବାରୁ ଅମ୍ଳଜାନ୍‌ ନେଇନପାରି ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରାମ ମାଡକାମୀଙ୍କ ପରିବାର।

ସେପଟେ ଅଭିଯୋଗକୁ ଖଣ୍ହନ କରିଛନ୍ତି ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ । କହିଛନ୍ତି, ରୋଗୀଙ୍କ ସ୍ୱାସ୍ଥବସ୍ଥା ଗୁରୁତର ଥିଲା। ବିଦ୍ୟୁତ କାଟ ପରେ ଜେନେରେଟର ଲଗାଇ ଅମ୍ଳଜାନ ଦିଆଯାଉନଥିଲା। ତେଣୁ ଅମ୍ଳଜାନର ଅଭାବ ହୋଇନାହିଁ ବୋଲି ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.