ଗତ ୨୪ ଘଣ୍ଟାରେ ରାଜ୍ଯର ବିଭିନ୍ନ ଜିଲ୍ଲାରେ ହୋଇଛି ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍): ଗତ ୨୪ ଘଣ୍ଟାରେ ରାଜ୍ଯର ବିଭିନ୍ନ ଜିଲ୍ଲାରେ ଅନୁଭୂତ ହୋଇଛି ବର୍ଷା। କନ୍ଧମାଳ, କୋରାପୁଟ,ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲା ମାନଙ୍କର କିଛି ସ୍ଥାନରେ ବର୍ଷା ହୋଇଛି। ମିଳିଥିବା ସୂଚନା ମୁତାବକ, ଦାରିଙ୍ଗବାଡିରେ ୩୮ମିମି,ସିମିଳିଗୁଡାରେ ୨୪ମିମି, ନନ୍ଦପୁରରେ ୪ମିମି, ଜଗନ୍ନାଥପ୍ରସାଦ ୧୧.୨ମିମି, ମାଧବରିଡା ୦.୮ମିମି, ନୂଆଗଡ ୧୪.୪ମିମି ଓ ରାୟଗଡାରେ ୧୯.୨ ମିମି ବର୍ଷା ରେକର୍ଡ କରାଯାଇଛି।