Below header

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଜେଲରେ ଉଲଗ୍ନ କରି ମାଡ ମରାଯାଇଥିବାର ଅଭିଯୋଗ

ବଲାଙ୍ଗିର(କେନ୍ୟୁଜ୍): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗୀର ଜେଲରେ ମାଡ ମରାଯାଇଥିବାର ଅଭିଯୋଗ। ଖୋଦ ତାଙ୍କ ଓକିଲ ଏହି ଅଭିଯୋଗ ଆଣି ପାଟଣାଗଡ଼ ଏଡିଜେ କୋର୍ଟରେ ଏକ ପିଟିସନ ଦାଖଲ କରିଥିବା  ଜଣାପଡିଛି । ପିଟିସନରେ ଗତ ୨୧ ତାରିଖରେ ପୁଞ୍ଜିଲାଲ ମେହେରଙ୍କୁ ଜେଲରେ ଜେଲ ଅଧିକ୍ଷକ, ଜେଲର, ଜାମଦାର ଓ ଅନ୍ତେବାସୀମାନେ ପୁଞ୍ଜିଲାଲକୁ ଉଲଗ୍ନ କରି ମାଡ ମାରିଥିଲେ । ଏହା ପରେ ପୁଣି ୨୩ ତାରିଖରେ ପୁଞ୍ଜିଲାଲ ମେହେରକୁ ଜେଲ ଅଧିକ୍ଷକ, ଜେଲର ଓ ଅନ୍ତେବାସୀମାନଙ୍କ ମଧ୍ୟରୁ ଜଣେ ଅନ୍ତେବାସୀ ପୁଞ୍ଜିଲାଲ ମେହେରଙ୍କ ମୁହଁରେ ପରିଶ୍ରା କରିବା ସହିତ ତାଙ୍କୁ ପରିଶ୍ରା ପିଇବା ପାଇଁ ବାଧ୍ୟ କରା ଯାଇଥିବା ନେଇ ପିଟିସନରେ ଉଲ୍ଲେଖ କରିଥିବା ଜଣାପଡିଛି ।

punji lal

ଏହି  ପିଟିସନର ଶୁଣାଣି କରି ପାଟଣାଗଡ଼ ଏଡିଜେ ବଲାଙ୍ଗୀର ଜେଲକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁଥିରେ ଜେଲ ଡାକ୍ତରଙ୍କ ଦ୍ଵାରା ପୁଞ୍ଜିଲାଲର ଚିକିତ୍ସା ବା ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ସମସ୍ତ ଘଟଣାର ସତ୍ୟତା ଉପରେ ଏଡିଜେ କୋର୍ଟକୁ ୨୫ ତାରିଖରେ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.