ଓଜନ ସହିତ ବ୍ଲଡ୍‌ ପ୍ରେସର ମଧ୍ୟ ହେବ କଣ୍ଟ୍ରୋଲ୍‌, ବ୍ରତରେ ଖାଆନ୍ତୁ ଏହି ସବୁ ଖାଦ୍ୟ

ଏବେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଅଧିକାଂଶ ବ୍ୟକ୍ତି ପୂଜା ପାର୍ବଣ ସମୟରେ ଉପବାସ ବ୍ରତ କରିଥାନ୍ତି । ଏବେ ନବରାତ୍ର ପାଳନ ଅବସରରେ ଉପବାସ ବ୍ରତ ଚାଲିଛି । ତେଣୁ ଏହି ସମୟରେ ଆମେ କିଭଳି ଖାଦ୍ୟ ଖାଇଲେ ଆମ ଓଜନ କମିବା ସହ ବ୍ଲଡ୍‌ ପ୍ରେସର ମଧ୍ୟ କଣ୍ଟ୍ରୋଲ ହୋଇପାରିବ । ଆସନ୍ତୁ ଜାଣିବା କିଛି ଖାଦ୍ୟ ସମ୍ପର୍କରେ ଯାହାକୁ ଖାଇ ଆପଣ ବ୍ରତ ସମୟରେ ସୁସ୍ଥ ରହିପାରିବେ ।

ଆଳୁ ଓ କନ୍ଦ : ଆଳୁ ଓ କନ୍ଦରେ ତିଆରି ଖାଦ୍ୟ ଯେପରି ଆଳୁରେ ତିଆରି ଖିରି, ଆଳୁ ହାଲ୍‌ଓ୍ଵା, ଶାଗୁଦାନା ଖିଚିଡି, କନ୍ଦରେ ତିଆରି ଚାଟ୍‌ ଓ ସଲାଡ୍‌ ଶରୀରକୁ ଶକ୍ତି ଦେବା ସହ ଶୀଘ୍ର ହଜମ ହୋଇଥାଏ ।

navratra diet.JPG-4

ଡ୍ରାଏ ଫ୍ରୁଟ୍ସ, ଦୁଧ ଓ ପନୀର : ନବରାତ୍ର ବ୍ରତରେ ଲୋକେ ଡ୍ରାଏ ଫ୍ରୁଟ୍ସ, ଦୁଧ ଓ ପନୀର ଖୁବ୍‌ ଖାଇଥାନ୍ତି । ପ୍ରୋଟିନ୍‌ ଏଣ୍ଟି ଅକ୍ସିଡାଣ୍ଟ ଓ ମିନେରାଲ୍ସରେ ଭରପୁର ଖାଦ୍ୟ ଶରୀରକୁ ସୁସ୍ଥ ରଖିବା ସହ କ୍ଷତିଗ୍ରସ୍ତ ମାଂସପେଶୀକୁ ମଧ୍ୟ ସଜାଡିଥାଏ ।

navratra diet.JPG-1

ସମା ଅଟାରେ ତିଆରି ଖାଦ୍ୟ : ମା’ ଦୁର୍ଗାଙ୍କ ବ୍ରତରେ ସମାରେ ତିଆରି ଖେଚୁଡି ଖିଆଯାଇଥାଏ । ଏହା ଇମ୍ୟୁନିଟି ବଢ଼ାଇବା ସହ ବ୍ଲଡ୍‌ ପ୍ରେସର,କୋଲେଷ୍ଟ୍ରାଲ୍‌ ଓ ଡାଇବେଟିସ୍‌ ମଧ୍ୟ ନିୟନ୍ତ୍ରିତ କରିଥାଏ । କ୍ୟାଲ୍‌ସିୟମରେ ଭରପୁର ଏହି ଚାଉଳ ମୋଟାପଣ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

navratra diet.JPG-3

କଦଳୀ : ଫାଇବରରେ ଭରପୁର କଦଳୀ ହଜମ ପ୍ରକ୍ରିୟା ଠିକ୍‌ ରଖିବା ସହ ବ୍ଲଡ୍‌ ପ୍ରେସର ମଧ୍ୟ କଣ୍ଟ୍ରୋଲ ରଖିଥାଏ । କଞ୍ଚା କଦଳୀରେ ମଧ୍ୟ କୈାଣସି ଖାଦ୍ୟ ପ୍ରସ୍ତୁତ କରି ଖାଇ ପାରିବେ । ଏହାଦ୍ୱାରା ଆପଣଙ୍କ ଏସିଡିଟି ଓ ପେଟ ଦରଜରୁ ମୁକ୍ତି ମିଳିବ ।

ଲସି : ନବରାତ୍ର ସମୟରେ ଜଳୀୟ ଖାଦ୍ୟ ନେବା ଜରୁରୀ । ୮/୯ ଗ୍ଲାସ ପାଣି ପିଇବା ସହ ଖାଦ୍ୟରେ ଦହି ଓ ଲସ୍ସୀ ନେବା ଆବଶ୍ୟକ । ଏହା ଶରୀରରୁ ଟକ୍ସିକ୍‌ ପଦାର୍ଥ ବାହାର କରିବା ସହ ଇମ୍ୟୁନିଟି ବୃଦ୍ଧି କରିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.