Below header

ଗରିବଙ୍କ ପାଖରେ ପହଞ୍ଚିପାରୁନି ଚାଉଳ ଜଙ୍ଗଲରେ ପଡ଼ିଛି ବସ୍ତା ବସ୍ତା ପିଡିଏସ୍‌ ଚାଉଳ, ଜଙ୍ଗଲ ଭିତରକୁ ଆସିଲା କେମିତି ?

ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ଚାଉଳ ବସ୍ତାମାନ ଲୁଚାଇ ରଖାଯାଇଥିଲା । ପାଖାପାଖି ୩୦ ରୁ ଅଧିକ ପିଡିଏସ୍ ବସ୍ତା ଜଙ୍ଗଲରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବହୁବନ୍ଧ ପଟାସ ଜଙ୍ଗଲରୁ ମିଳିଥିଲା ଏହି ଚାଉଳ ବସ୍ତା । ଯାହାକୁ ନେଇ ଗ୍ରାମବାସୀମାନେ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ମଧ୍ୟ ଅଟକ ରଖିଥିଲେ।

ମୟୁରଭଞ୍ଜ : ସରକାର ଗରିବଙ୍କ ପାଇଁ ଯୋଗାଉଛନ୍ତି ପିଡିଏସ୍‌ ଚାଉଳ । ହେଲେ ଗରିବଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବାଟମାରଣା ହେଉଛି ଚାଉଳ । ଗରିବ ପାଉନାହାଁନ୍ତି ଦାନା ମୁଠାଏ । ଅଧାବାଟରେ କେତେବେଳେ ଲୁଟ୍‌ ହେଉଥିବା ଖବର ସାମ୍ନାକୁ ଆସୁଛି ତ କେତେବେଳେ ଚାଉଳ ବଣ୍ଟନରେ ଦୁର୍ନୀତି ହେଉଛି । ଫଳରେ ଗରିବ ଲୋକ ଏହି ପିଡିଏସ୍‌ ଚାଉଳରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ଏତିକିରେ କଥା ସରିନି । ବର୍ତ୍ତମାନ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି ଆପଣ ଦେଖିଲେ ହତବାକ୍‌ ହୋଇ ରହିଯିବେ । ଜଙ୍ଗଲରେ ପଡ଼ିଛି ବସ୍ତା ବସ୍ତା ଚାଉଳ । ଜଙ୍ଗଲର ଗୋଟିଏ ସ୍ଥାନରେ ନୁହେଁ ବିଭିନ୍ନ ସ୍ଥାନରେ ଥୁଆ ହୋଇଛି ବସ୍ତା ବସ୍ତା ପିଡିଏସ୍ ଚାଉଳ । ଯାହାକୁ ନେଇ ଏବେ ଚର୍ଚ୍ଚା।

ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ଚାଉଳ ବସ୍ତାମାନ ଲୁଚାଇ ରଖାଯାଇଥିଲା । ପାଖାପାଖି ୩୦ ରୁ ଅଧିକ ପିଡିଏସ୍ ବସ୍ତା ଜଙ୍ଗଲରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବହୁବନ୍ଧ ପଟାସ ଜଙ୍ଗଲରୁ ମିଳିଥିଲା ଏହି ଚାଉଳ ବସ୍ତା । ଯାହାକୁ ନେଇ ଗ୍ରାମବାସୀମାନେ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ମଧ୍ୟ ଅଟକ ରଖିଥିଲେ। ଏହି ପିଡିଏସ୍ ଚାଉଳ ବସ୍ତା ଗୁଡିକ ଜଙ୍ଗଲର କେବଳ ଗୋଟିଏ ସ୍ଥାନରେ ନୁହେଁ ବରଂ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖା ଯାଇଥିଲା । ଏହି ପିଡିଏସ୍ ଚାଉଳ ନିକଟସ୍ଥ ମିଲରୁ କେହି ଚୋରି କରି ନେଇ ବିକ୍ରୀ ନିମନ୍ତେ ଲୁଚାଇ ରଖିଥିବା କୁହାଯାଉଛି । ତେବେ ଏହି ଚାଉଳ କେଉଁଠୁ ଆସିଲା ଏବଂ କୁଆଡେ ଯିବାର ଥିଲା ତାହାର ଖୋଳତାଡ ନିମନ୍ତେ ଘଟଣାସ୍ଥଳରେ ପୋଲିସ୍ ତଦନ୍ତ କରି ଉକ୍ତ ରାଇସ ମିଲର ଦୁଇ ଜଣ କର୍ମଚାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସ୍ଥାନୀୟ ଅଞ୍ଚଳରେ ଚାଉଳ ଚୋରିକୁ ନେଇ ଜୋର୍ ଚର୍ଚ୍ଚା ହେଉଥିବା ବେଳେ ଏହି ଚୋରି ପଛରେ କେବଳ ଏହି ଦୁଇ ଜଣ କର୍ମଚାରୀଙ୍କ ହାତ ରହିଛି ନା ଆଉ କାହାର ହାତ ରହିଛି ତାହା ଲୋକ ମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏହାର ଠିକ୍ ଭାବେ ତଦନ୍ତ କଲେ କାରଣ ସ୍ପଷ୍ଟ ହେବ। ଏନେଇ ମିଲ ମାଲିକ କି ପୋଲିସର ପ୍ରତିକ୍ରିୟା ମିଳି ପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.