Below header

କିସ୍ ରେ ପହଁଚିଲେ ମୟୂରଭଞ୍ଜ ଜିଲ୍ଲାର ୪ ଅନାଥ ଭଉଣୀ

କିସ୍ ରେ ପହଁଚିଲେ ମୟୂରଭଞ୍ଜ ଜିଲ୍ଲାର ୪ ଅନାଥ ଭଉଣୀ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କଲମଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଦୁଗଧା ଗାଁର ଜୁନା ହେମ୍ବ୍ରମ ଓ ଛିତା ହେମ୍ବ୍ରମଙ୍କ ମୃତ୍ୟୁ ପରେ ଅନାଥ ହୋଇ ଯାଇଥିବା ୪ ଭଉଣୀଙ୍କୁ ଆଜି କିସକୁ ଅଣାଯାଇଛି।

କିସ୍ ରେ ପହଁଚିଲେ ମୟୂରଭଞ୍ଜ ଜିଲ୍ଲାର ୪ ଅନାଥ ଭଉଣୀ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କଲମଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଦୁଗଧା ଗାଁର ଜୁନା ହେମ୍ବ୍ରମ ଓ ଛିତା ହେମ୍ବ୍ରମଙ୍କ ମୃତ୍ୟୁ ପରେ ଅନାଥ ହୋଇ ଯାଇଥିବା ୪ ଭଉଣୀଙ୍କୁ ଆଜି କିସକୁ ଅଣାଯାଇଛି। ସେମାନେ କିସରେ ରହି ନିୟମିତ ଶିକ୍ଷା ଗ୍ରହଣ କରିବେ। ସେମାନଙ୍କ ରହିବା, ଖାଇବା, ସ୍ୱାସ୍ଥ୍ୟସେବା ସହ ସେମାନଙ୍କୁ ମୁକ୍ତ ଶିକ୍ଷା ଦିଆଯିବ।

କିସ ଫାଉଣ୍ଡେସନ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ଆଜି ୪ ଭଉଣୀ କିସରେ ପହଞ୍ଚିଛନ୍ତି। ସେମାନଙ୍କ ଶିକ୍ଷା ପାଇଁ ଡ. ସାମନ୍ତ ଦୁଇ ଜଣ ଶିକ୍ଷକଙ୍କୁ ସ୍ବତନ୍ତ୍ର ଦାୟିତ୍ଵ ଦେଇଛନ୍ତି। ବଡ ଝିଅ ଆର୍ସୁ ହେମ୍ବ୍ରମଙ୍କର କୌଣସି ଔପଚାରିକ ଶିକ୍ଷା ନଥିବାରୁ ତାକୁ ସ୍ୱତନ୍ତ୍ର ଭାବେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ କହିଛନ୍ତି।

ଦୁଇ ବର୍ଷ ତଳେ ବାପା ଓ ମାଆ ଆଗ ପଛ ହୋଇ ଆରପାରିକୁ ଚାଲି ଗଲେ। ଦୁଇ ବର୍ଷ ଧରି ବହୁ କଷ୍ଟରେ ବଡ଼ ଭଉଣୀ ଆର୍ସୁ ହେମ୍ବ୍ରମ ମୂଲ ଲାଗି ଅନ୍ୟ ତିନି ଭଉଣୀଙ୍କ ଲାଳନ ପାଳନ କରୁଥିଲେ। କିସ୍ ଫାଉଣ୍ଡେସନ ପ୍ରତିଷ୍ଠାତା ଡ. ସାମନ୍ତଙ୍କ ନଜରକୁ ଏହି ୪ ଜଣ ଉଭଣୀଙ୍କ ଖବର ଆସିବା ପରେ ତୁରନ୍ତ ନିଜ ପ୍ରତିନିଧିଙ୍କୁ ଦୁଗୁଧା ପଠାଇଥିଲେ ଏବଂ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ।

ସେମାନେ ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କୁ କିସ୍ ଭୁବନେଶ୍ବର ଆଣି ଉପଯୁକ୍ତ ଶିକ୍ଷା ପ୍ରଦାନ ପାଇଁ ଡ. ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ୪ ଉଭଣୀଙ୍କୁ ତୁରନ୍ତ କିସ୍ ଆଣିବାକୁ କିସ୍ ଫାଉଣ୍ଡେସନକୁ ପରାମର୍ଶ ଦେଇଥିଲେ। ଆଜି ୪ ଭଉଣୀ କିସରେ ପହଞ୍ଚିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.