Below header

କମ୍ ଶବ୍ଦ କମ୍ ପ୍ରଦୂଷଣ: ସରକାରଙ୍କ ନିର୍ଦ୍ଧେଶାବଳି ଅନୁସାରେ ଚାଲିଛି ବାଣ କିଣା, ମିଠା ଖୁଆଇ ପାଳୁଛନ୍ତି ଦୀପାବଳି

ଆଜି ହେଉଛି ଆଲୋକର ପର୍ବ ଦିପାବଳୀ। ଏହି ପର୍ବକୁ ନେଇ ନୂଆପଡା ଜିଲ୍ଲାର ଗାଁଠାରୁ ସହର ଯାଏଁ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଲୋକମାନେ ଘରଗୁଡିକୁ ସୁସଜ୍ଜିତ କରିବା ସହ ରଙ୍ଗିନ ଆଲୋକମାଲାରେ ସଜେଇଥିବାରୁ ପୁରପଲ୍ଲୀ ଓ ସହର ଝଲସି ଉଠିଛି ।

ନୂଆପଡା(କେନ୍ୟୁଜ୍): ଆଜି ହେଉଛି ଆଲୋକର ପର୍ବ ଦିପାବଳୀ। ଏହି ପର୍ବକୁ ନେଇ ନୂଆପଡା ଜିଲ୍ଲାର ଗାଁଠାରୁ ସହର ଯାଏଁ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଲୋକମାନେ ଘରଗୁଡିକୁ ସୁସଜ୍ଜିତ କରିବା ସହ ରଙ୍ଗିନ ଆଲୋକମାଲାରେ ସଜେଇଥିବାରୁ ପୁରପଲ୍ଲୀ ଓ ସହର ଝଲସି ଉଠିଛି । ଏବର୍ଷ ବିଶେଷ କରି କମ୍ ଶବ୍ଦ ପ୍ରଦୂଷଣର ବାଣ କିଣିବାରେ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି।

ସେହିଭଳି ଦୋକନରେ ବିଭିନ୍ନ ପ୍ରକାର ବାଣ କିଣିବା ସହ ମିଠା ଦୋକାନରେ ମିଠା କିଣିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଲାଗିରହିଛି। ଏପରିକି ଛୋଟଠାରୁ ବୟସ୍କ ଯାଏଁ ଦୀପ ଜାଳିବା ସହ କମ ପ୍ରଦୂଷଣର ବାଣ ଫୁଟେଇ ଆଲୋକର ପର୍ବ ଦିପାବଳୀକୁ ଧୁମଧାମର ସହ ପାଳନ କରୁଛନ୍ତି। ଏପରିକି ଘରେ ଘରେ ପିଠାପଣା ଓ ମିଠା ତିଆରି କରି ପରସ୍ପରକୁ ମିଠାଖୁଆଇ ଅଭିନ୍ଦନ ଜଣାଇବା ସହ ହସଖୁସିରେ ଦିପାବଳୀ ପାଳନ କରୁଛନ୍ତି।

ଅପରପକ୍ଷେ,ସରକାରଙ୍କ ନିର୍ଦ୍ଧେଶାବଳି ଅନୁସାରେ ବାଣ ଫୁଟେଇବା ଓ ବାଣ ବିକ୍ରି ପାଇଁ ପୋଲିସ ପ୍ରଶାସନ ତରଫରୁ ବିଶେଷ ସତର୍କତା ଅବଲମ୍ୱନ କରାଯାଇଛି । ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ତରଫରୁ ଖଡିଆଳ ସହର ବାହାରେ ଏକ ଖୋଲା ସ୍ଥାନରେ ଲାଇସେନସ ପ୍ରାପ୍ତ ବ୍ୟବସାୟୀଙ୍କୁ ଏକାଠି ବାଣବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଛି।

ଏଥିସହ ବାଣବିକ୍ରି ସ୍ଥାନରେ କୈାଣସି ଅଘଟଣକୁ ଏଡେଇବା ପାଇଁ ପାଣି ଓ ବାଲି ରଖାଯାଇଛି। ସେହିଭଳି ସହରରେ କୈାଣସି ଅଘଟଣକୁ ଦୃଷ୍ଟିରେ ରଖି ପୋଲିସ ପେଟେ୍ରାଲିଂ ବ୍ୟବସ୍ଥା କରାଯାଇଛି ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.