ଉତ୍ତରାଖଣ୍ଡର ନିର୍ମାଣାଧିନ ଟନେଲରେ ଭୂସ୍ଖଳନ, ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ

ଉତ୍ତରାଖଣ୍ଡର ଉତ୍ତରାକାଶୀରେ ଏକ ନିର୍ମାଣାଧିନ ଟନେଲ ଧସିଛି । ଫଳରେ ଟନେଲ ଭିତରେ ୪୦ରୁ ଅଧିକ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳର ପହଞ୍ଚି ଏସଡିଆରଏଫ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଦୀପାବଳିରେ ଅଘଟଣ । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଟନେଲରେ ଭୂସ୍ଖଳନ ହୋଇ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ଯମୁନୋତ୍ରି ଜାତୀୟ ରାଜପଥରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ଅଧୀନରେ ସିଲ୍କିରା ଠାରୁ ଡାଣ୍ଡାଲଗାଓଁ ପର୍ଯ୍ୟନ୍ତ ଏକ ଟନେଲ ମଧ୍ୟ ନିର୍ମାଣ କରାଯାଉଛି । ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଶ୍ରମିକମାନଙ୍କୁ ଟନେଲରୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି ।

ଏସଡିଆରଏଫ ଓ ଅନ୍ୟ ଉଦ୍ଧାରକାରୀ ଦଳ ପୋଲିସ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟନେଲ ଭିତରେ ଫସିଥିବା ଲୋକଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତାହତ ଖବର ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.