Below header

ବୀଭତ୍ସ ହତ୍ୟା : ଘରେ ପଶି ଭୂଷିଲେ ଛୁରୀ

ଚୌଦ୍ୱାର(କେନ୍ୟୁଜ୍) : ଘରେ ପଶି ଜଣଙ୍କୁ ଛୁରୀ ଭୂଷି ମାରିଦେଲା ଦୁର୍ବୃତ୍ତ । କଟକ ଚୌଦ୍ୱାର ଏନ୍ଏସି ୧୭ ନମ୍ବର ଓ୍ଵାର୍ଡର ନୂଆସାହିରେ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାଁ ଅମଲା ନାୟକ । ହତ୍ୟାକାରୀ ବାବାଜୀ ମହାରଣାଙ୍କୁ ଗିରଫ କରିଛି ଚୌଦ୍ୱାର ପୋଲିସ ।

ଗତକାଲି ବାବାଜୀ ଅମଲାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ପେଟ ଓ ବେକକୁ ଆକ୍ରମଣ ହୋଇଛି । ଏତିକିବେଳେ ବାବାଜୀକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଆକ୍ରମଣରେ ଅମଲାଙ୍କ ଝିଅ ଓ ଜଣେ ପଡ଼ୋଶୀ ବି ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିଲା ସନ୍ଦେହ କରାଯାଉଛି । ଚୌଦ୍ୱାର ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.