ଓଡ଼ିଶା ପାଇଁ ପୁଣି ଆଶାର କେନ୍ଦ୍ର ପାଲଟିଛନ୍ତି ଦୂତୀ

ନୂଆଦିଲ୍ଳୀ : ଏସୀୟ କ୍ରୀଡାରେ ଆଜି ଓଡ଼ିଶା ପାଇଁ ଆଉ ଏକ ଉତ୍କଣ୍ଠାର ଦିନ । ୨୦୦ ମିଟର ପାଇଁ ଟ୍ରାକ୍‌ରେ ଦୌଡ଼ିବେ ଓଡ଼ିଶାର ଦୌଡ଼ରାଣୀ ତଥା କିଟ୍‌ ଛାତ୍ରୀ ଦୂତୀ ଚାନ୍ଦ । ତାଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ରବିବାର ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାତେଇଥିଲେ ଦୂତୀ ।

ଏହି ପଦକ ଜିତି ଦୀର୍ଘ ୨୦ ବର୍ଷ ପରେ ଦେଶ ଓ ରାଜ୍ୟ ପାଇଁ ସେ ଗୌରବ ଆଣିଛନ୍ତି । ୧୯୯୮ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ଜିତିଥିଲେ ଓଡ଼ିଆ ଖେଳାଳି ରଚିତା ପଣ୍ଡା ମିସ୍ତ୍ରୀ। ତାଙ୍କ ପୂର୍ବରୁ ୧୯୮୨ ଓ ୧୯୮୬ ଏସିଆଡ୍‌ରେ ପଦକ ଜିତିଥିଲେ ପି.ଟି.ଉଷା । ଆଜି ୨୦୦ ମିଟର ପ୍ରତିଯୋଗିତାରେ ବି ଦୂତୀ ସଫଳତା ପାଇବେ ବୋଲି ଆଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.