Below header

ଲଘୁଚାପ ପାଇଁ ରାଜ୍ୟରେ ବର୍ଷା : ଅନେକ ଜିଲ୍ଲାରେ ଉପୁଜୁଛି ବନ୍ୟା ପରିସ୍ଥିତି

ଭୁବନେଶ୍ବର(କେନ୍ୟୁଜ୍) :ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ଭବାନୀପାଟଣାରେ ସର୍ବାଧିକ ୧୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହେଲେ ଅଗଷ୍ଟ ୩୧ରୁ ପୁଣି ବର୍ଷା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାଂଶ ଅ଼ଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ନଯିବାକୁ ସତର୍କ କରାଯାଇଛି ।

ଲଗାଣ ବର୍ଷାରେ ଫୁଲିଛି ବିଭିନ୍ନ ନଦୀର ଜଳସ୍ତର । ଗଜପତି ଜିଲ୍ଲା କାଶୀନଗରଠାରେ ସତର୍କ ସଙ୍କେତ ଉପରେ ବହୁଛି ବଂଶଧାରା । କାଶୀନଗରରେ ବିପଦ ସଙ୍କେତ ୫୪ ଦଶମିକ ୬୦ ମିଟର ଥିବା ବେଳେ ଏବେ ଜଳସ୍ତର ରହିଛି ୫୪ ଦଶମିକ ୧୪ ମିଟର । ଲଗାଣ ବର୍ଷାରେ ବଂଶଧାରା ନଦୀର ଜଳସ୍ତର ବଢିବାରେ ଲାଗିଥିଲା । ତେବେ ବର୍ଷା କମିବା ପରେ ଏବେ ଜଳସ୍ତର ହ୍ରାସ ପାଉଛି ।

ନିଶ୍ଚିତ ପଢ଼ନ୍ତୁ : ଆଜିଠୁ ଆରମ୍ଭ ବିଜୁ ଯୁବ ବାହିନୀ ଅନ୍ତର୍ଗତ ‘ମୁଁ ହିରୋ’ କାର୍ୟ୍ୟକ୍ରମ

ଏଥିରେ ବାଦ ପଡ଼ିନି ପଶ୍ଚିମ ଓଡ଼ିଶା। ଲଗାଣ ବର୍ଷାରେ ବଲାଙ୍ଗିର ଜିଲ୍ଲା ସଇଁତଳା ଅଞ୍ଚଳରେ ବନ୍ୟା ପରିସ୍ଥିତି । ଭୁଶୁଡ଼ିଗଲା ବେଲଗାଁ ଦେଇ ପ୍ରବାହିତ ତେଲ ନଦୀର ଆଡିବନ୍ଧ । ଫଳରେ ତେଲନଦୀର ପାଣି ବେଲଗାଁ ଓ ଶିଶକେଲା ପଞ୍ଚାୟତର ବିଭିନ୍ନ ଗାଁରେ ପଶିଛି । ରାସ୍ତା ମଝିରେ ୪ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଜଳମଗ୍ନ ହୋଇଛି ଶହ ଶହ ଏକର ଚାଷ ଜମି । ୨୬ ନମ୍ବର ଜାତୀୟ ରାଜପଥ ଉପରେ ପାଣି ପ୍ରବାହିତ ହେଉଥିବାରୁ ବେଲଗାଁ-ଟିଟିଲାଗଡ଼ ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଛି । କିଛି ଦିନ ତଳେ ତେଲନଦୀର ଆଡିବନ୍ଧ ଭୁଶୁଡ଼ି ପଡ଼ିଥିଲା । ମରାମତି ପରେ ପୁଣି ଥରେ ଭାଙ୍ଗି ଯିବାରୁ ପାଣି ବିସ୍ତୀର୍ଣ୍ଣ ଅଞ୍ଚଳରେ ମାଡ଼ି ଯାଇଛି । ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି ।

ନିଶ୍ଚିତ ପଢ଼ନ୍ତୁ :  ରହସ୍ୟରେ ରବୀନ୍ଦ୍ରଙ୍କ ମୃତ୍ୟୁ ମାମଲା : ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ୍

ସେପଟେ କୋରାପୁଟ ଜିଲ୍ଲାରେ ଖୋଲାଯାଛି ବିଭିନ୍ନ ଡ୍ୟାମର ଗେଟ୍ । ଲମତାପୁଟ ଜଲାପୁଟ ଜଳଭଣ୍ଡାରର ୫ଟି ଗେଟ୍ ଖୋଲାଯାଇଥିବା ବେଳେ ମୁରାନ୍ ଡ୍ୟାମ୍ର ୨ଟି ଓ କୋଲାବ ଜଳବଣ୍ଡାରର ଖୋଲିଛି ଗୋଟିଏ ଗେଟ୍ । ଏହାକୁ ଦୃଷ୍ଟିରେ ରଖି ତଳି ଅଞ୍ଚଳର ଲୋକଙ୍କୁ ସତର୍କ ରଖିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ଲଗାଣ ବର୍ଷାରେ ବେହାଲ୍ ମାଲକାନଗିରି । ବଢୁଛି ବାଲିମେଳା ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରର ଜଳଧାରଣା କ୍ଷମତା ୧୫୧୭ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ରହିଛି ୧୫୦୮ ଫୁଟ୍ । ସେପଟେ ବିଭିନ୍ନ ନଦୀର ଜଳସ୍ତର ବଢି ଗାଁରେ ପାଣି ପଶିଛି । ବଣ୍ଡାଘାଟିର ୮୦ରୁ ଅଧିକ ଘର ଭାଙ୍ଗି ମାଟିରେ ମିଶିଯାଇଛି । ବିପନ୍ନଙ୍କୁ ସହାୟତାର ହାତ ବଢାଇଛନ୍ତି ସ୍ଥାନୀୟ ବିଧାୟକ ଡମ୍ବରୁ ସୀସା । ପଲିଥିନ୍ ବାଣ୍ଟିବା ସହ ଶୁଖିଲା ଖାଦ୍ୟ ଓ ପୋଷାକ ଯୋଗାଇ ଦେଇଛନ୍ତି । ବଣ୍ଡାଘାଟିରେ କ୍ଷୟକ୍ଷତିର ଆକଳନ ପରେ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.