Below header

ନିଷ୍ଠୁର ଗ୍ରାମବାସୀ, ସର୍ବସମ୍ମୁଖରେ ପ୍ରେମୀ ଯୁଗଳଙ୍କୁ ଲଣ୍ଡା କରି ଭିଡିଓକୁ କଲେ ଭାଇରାଲ୍

କରଞ୍ଜିଆ (କେନ୍ୟୁଜ୍) : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମଣ୍ଡୁଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ରାତି ଅଧରେ ଗାଁ ଲୋକେ ପ୍ରେମୀ ଯୁଗଳକୁ ଜୋର ଜବରଦସ୍ତ ଲଣ୍ଡା କଲେ ଏବଂ ଲଣ୍ଡା କରାଯିବା ବେଳର ଭିଡିଓ ଭାଇରାଲ୍ ବି କଲେ । ଅଟକ ପ୍ରେମୀ ଯୁଗଳଙ୍କୁ ମଝି ରାତିରେ ଉଦ୍ଧାର କଲା ପୁଲିସ। ତେବେ ଏହି ଘଟଣାରେ ପୋଲିସ ୨୧ ଜଣଙ୍କ ନାମରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ କରଞ୍ଜିଆ ଅଞ୍ଚଳର ଜଣେ ଯୁବକ ମଣ୍ଡୁଆ ଗ୍ରାମର ଜଣେ ଯୁବତୀଙ୍କୁ ଦୀର୍ଘଦିନ ଧରି ପ୍ରେମ କରୁଥିଲେ। ତେବେ ପ୍ରେମିକାଙ୍କୁ ଦେଖା କରିବାକୁ ଯୁବକ ଜଣଙ୍କ ଆସିଥିଲେ ହେଲେ କିନ୍ତୁ ଗ୍ରାମବାସୀ ଉଭୟଙ୍କୁ ଧରି ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.