ସାଉଦି ଶେଖଙ୍କ ଡ୍ରାଇଭର ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍, କାହିଁକି ?

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ପୁଣି ଆଉ ଥରେ ଗାଡି ଚଲାଇବାକୁ ନେଇ ବିବାଦରେ। ଏଥର ଇମରାନଙ୍କୁ କତାରର ଧନୀ ଶେଖ୍ ତମିମ୍ ବିନ୍ ହମ୍ମାଦ ଅଲ ଥାନୀଙ୍କୁ ବସାଇ ଗାଡି ଚଲାଉଥିବାର ଦେଖିବାକୁ ମିଳିଛି। ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ କୌଣସି ଶେଖଙ୍କୁ ବସାଇ ଗାଡି ଚଲାଉଥିବାରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଛି।

ସୋସିଆଲ ମିଡିଆରେ ଏହି ଗାଡି ଚଲାଇବା ପଛରେ ରହିଥିବା ବିଭିନ୍ନ କାରଣକୁ ନେଇ ତର୍କବିତର୍କ ଲାଗିଛି। ତେବେ ବର୍ତ୍ତମାନ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏପରିକି ଏସିୟାଇ ବିକାଶ ବ୍ୟାଙ୍କ(ଇଊଈ) ପାକିସ୍ତାନକୁ ଋଣ ଦେବା ପାଇଁ ମଧ୍ୟ ମନା କରିଦେଇଛି।

driver-pak-pm-imran-khan

ଏହା ବ୍ୟତୀତ ପାକିସ୍ତାନ ପିଏମ୍ ଦେଶର ଗାଇକୁ ବିକ୍ରି କରି ଟଙ୍କା ଯୋଗାଡ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏହି ସମସ୍ତ ଘଟଣା ବିଷୟରେ ଜାଣିବା ପରେ ଏବେ ଇମରାନଙ୍କ ଗାଡି ଚଲାଇବାକୁ ନେଇ ବେଶ ଚର୍ଚ୍ଚା ଧରିଛି। ଲୋକଙ୍କ ଅନୁଯାୟୀ ଇମରାନ୍ ଶେଖଙ୍କୁ ସମ୍ନାନ ଦେବା ସହ ତାଙ୍କ ନିକଟରୁ କିଛି ଆର୍ଥିକ ସାହାଯ୍ୟ ପାଇବା ପାଇଁ ଏପରି କରିଥିଲେ।

କିଛି ଲୋକ ଏପରି ମଧ୍ୟ କହିଛନ୍ତି ଇମରାନ୍ ଏବେ ମହଙ୍ଗା ଡ୍ରାଇଭର ପାଲଟିଛନ୍ତି। କାରଣ ଏବେ ସେ ବିଶିଷ୍ଟ ଶେଖ ମାନଙ୍କର ଗାଡି ଚଲାଇବା ସହ ତାଙ୍କ ନିକଟରୁ ଏକ ମୋଟା ଅଙ୍କର ଆର୍ଥିକ ସହାୟତା ଲୋଡୁଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ଏହା ପୂର୍ବରୁ ଇମରାନ୍ ସାଉଦିର ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କର ଗାଡି ପାକିସ୍ତାନରେ ଚଲାଇଥିଲେ। ଯାହାକୁ ନେଇ ତାଙ୍କୁ ଖୁବ ଲୋକହସାର କାରଣ ହେବାକୁ ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.